STORYMIRROR

କଳ୍ପନା ରାୟ

Romance Inspirational

3  

କଳ୍ପନା ରାୟ

Romance Inspirational

ପ୍ରିୟତମା

ପ୍ରିୟତମା

1 min
159

ପ୍ରିୟତମା, ବିଧି ହେବନି ଵାମ


ତୁମ ଇଚ୍ଛାରେ ଜୀବନ ଜୀଇଁବି

କରୁଥିଲି ଦିନେ ପଣ

ମିଥ୍ୟା ଲାଗୁଥିଲା ଆଉ ଯାହା କିଛି

ଲାଗୁଥିଲା କି କଷଣ

ଭାବୁଥିଲି ବି ଭୀଷଣ

ତୁମକୁ ଛାଡିଵା ଯିବ କଷ୍ଟ ହୋଇ

ଯାଉ ପଛେ ମୋର ପ୍ରାଣ


ସମ୍ପର୍କିତ ହେଲା ପ୍ରତିଟି ମୁହୂର୍ତ୍ତ

କଟେଇଥିଲି ମୁଁ ଯାହା

ସମ୍ପର୍କର ଡୋର ଏତେ ସରୁ ନୁହଁ

ଭୁଲି କି ପାରିବ ତାହା

ପ୍ରାଣରେ ପଶିଲା ହିଆ

ତୁମକୁ ଛାଡ଼ିବା ସମୟ ଶିଖାଇବ

ପାଏ ରୋଗ କଷ୍ଟ ଓ ଯନ୍ତ୍ରଣା


ମିଥ୍ୟା ଲାଗୁଥିଲା ଅଜଣା ରାଇଜ

ମିଥ୍ୟା ଲାଗୁଥିଲେ ଜନ

କେମିତି କେଜାଣି ଲାଗିଗଲା ମନ

ଦିନକର ଲାଗେ ଜହ୍ନ

ଦିନରେ ଦେଖିଲି ସପନ

ସତ୍ୟକୁ ଧରି କରୁଥିଲେ କାମ

ପ୍ରିୟତମା, ବିଧି ହେବନି ବାମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Romance