ପ୍ରିୟତମା
ପ୍ରିୟତମା
ହୃଦୟ ନିଭୃତ କୋଣେ ବିରାଜିତ
ଅପରୂପ ଅନୁପମା,
ବିରହୀ ମନର ମାନସୀଗୋ ତୁମେ
ପ୍ରାଣପ୍ରିୟ ପ୍ରିୟତମା |
ଅଧୁରା ଜୀବନେ ପୂର୍ଣ୍ଣତା ଭରିଛ
ନିର୍ଜୀଵ ପରାଣେ ପ୍ରାଣ,
ଅନୁଭବ ମୋର ତୁମପାଇଁ ପ୍ରିୟା
ବିରହେ ନେବି ନିର୍ବାଣ |
ମନ ଉପବନେ ତୁମେ ପାରିଜାତ
ରସିକ ଭ୍ରମର ମୁହିଁ,
ଅତ୍ମୀୟତା ଭରା ପଙ୍କ ପୋଖରୀ ମୁଁ
ତୁମେ ମୋର ନୀଳ କଇଁ |
ସାଗରେ ନୀଳିମା ଚାନ୍ଦରେ ଚନ୍ଦ୍ରମା
ନୟନର ତୁମେ ଜ୍ୟୋତି,
ରହିଥାଅ ସଦା ସାଥି ହୋଇ ମୋର
ଅମର ହେଉ ଏ ପ୍ରୀତି |

