STORYMIRROR

Sanjya Tripathy

Romance

4  

Sanjya Tripathy

Romance

ପ୍ରିୟତମା ତୁମେ ଆସିଅଛ

ପ୍ରିୟତମା ତୁମେ ଆସିଅଛ

1 min
12

ପ୍ରିୟତମା

ତୁମେ ଆସିଅଛ :

ଗତାୟୁ ମୌସୁମୀର ଲୁଚକାଳି ଖେଳରେ

ରଣଜାଡ ଶୀତର ପହିଲି ସ୍ପର୍ଶରେ

ସମ୍ୟକ, ପୁଲକ, ରୋମାଂଚ ଓ ଶିହରଣରେ ।

ତୁମେ ଆସିଥାଅ :

ଋତୁରାଜ ବସନ୍ତର ବାସନ୍ତୀକ ଆମନ୍ତ୍ରଣରେ

ପତ୍ରଝଡା ଋତୁରେ-କୃଷ୍ଣଚୂଡା ଛିନ୍ନ ସ୍ତବକରେ

ପାର୍ବତ୍ୟ, ଗିରି ଝରଣାର କୁଳୁକୁଳୁ ସ୍ରୋତରେ

ତୁମେ ଆସିଥିଲ :

ପ୍ରଥମ ଦେଖାର ଚୋରା ଚାହାଣୀରେ

କିଛିଟା ନୀରବିତ ଆଳାପରେ-ଲୁଚାଛପା ଇଶାରାରେ

ପାରସ୍ପରିକ ଆକର୍ଷଣର ଝରା ଶେପାଳୀରେ- ମୃଣ୍ମୟୀ ମାୟାରେ

ତୁମେ ଆସିଅଛ:

ଶୀତରାଜିର ନିଃଶବ୍ଦ ନୀରବତାରେ-

ଏକ ଅଳସ ମୁହୂର୍ତ୍ତରେ ବିସ୍ଫୋରକ ଉଦ୍‌ଗୀରଣରେ

ଶୂନଶାନ୍ ରାଜରାସ୍ତାରେ-ଖାଁ-ଖାଁ ପରିବେଶରେ

ଦେଷର ଅପେକ୍ଷିତ ଦାହରେ- ଅନପେକ୍ଷିତ ଉଲ୍ଲାସରେ

ତୁମେ ଆସିବ:

ନବ ନିର୍ମାଣର ମାଂଗଳିକ ମୁହୁରତ୍‌ରେ

ଯୁଗ ପରିବର୍ତ୍ତନର ମାହେନ୍ଦ୍ର ବେଳାରେ

ସୃଜନଶୀଳତାର ଭିନ୍ନ ଏକ ଦିଗଂତରେ ।।


Rate this content
Log in

Similar oriya poem from Romance