ପ୍ରିୟତମା ମୋର
ପ୍ରିୟତମା ମୋର
ପଦ୍ମ ପତ୍ର ରେ କାକର ଟୋପା ଟି ହୁଏ ଢଳ ଢଳ
ସୁର୍ଯ୍ୟ ମୁଖୀ ସୁର୍ଯ୍ୟ କୁ ଦେଖି ତା ମନ ହୁଏ ଚଞ୍ଚଳ।
ପ୍ରିୟତମା ମୋର ତୁମ ର ସେ ଚାହାଣି ରେ
କଜ୍ଜଳଧାର ଆଖି ର ପ୍ରେମ ରେ ମୁଁ ବିଭୋର।
ହସ ମୁହଁ ଦେଖି ମନ ମୋର ହୋଇ ଯାଏଖୁସି
ଗୋଟିଏ ଚାଉଳ ରେ ଗଢା ମୁହଁ ଟି ତୁମର କଳା ଯେବେ,
ପଡ଼ିଯାଏ,ଯେତେବେଳେ ଯାଅ ତୁମେ ମୋ ଉପରେ ରୁଷି ।
ପ୍ରିୟା ମୋର ଗଲେ ତୁମେ ରୁଷି ମୁଁ ତୁମ କୁ ହସାଇବା
ପାଇଁ ବହୁତ ଚେଷ୍ଟା କରି ଦିବା ନିସି ।
ନିସ୍ୱାର୍ଥ ପ୍ରେମ କୁ ତୁମେ ପାରିବ କେବେ ବୁଝି ବା
ନ ବୁଝି ସମୟ ର ସୁଅ ରେ ପ
୍ରିୟା ମୁଁ ତୁମ
ପ୍ରିୟତମ ସବୁ ବେଳେ ତୁମେ ମୋ ପ୍ରିୟତମା ।
ହୋଇ ରହି ଯାଆ ସବୁ ବେଳେ ସବୁ,ସମୟ ଏଠି
ହୋଇ ଯାଉ ସ୍ଥିର କାରଣ ତୁମ ଅଛ ମୋ ବାହୁ
ର ବନ୍ଧନ ରେ ,ଆସ ପ୍ରିୟ ମୋର ଗଢ଼ିବାଏକ
ଘର ନୁହିଁସେ ବାଲିଘର କି ସିମେଣ୍ଟ କଂକ୍ରିଟ ର।
ତୁମ ହୃଦୟ ରେ ମୁଁ ଘର କରିଥିବି
ଆଉ ତୁମେ ବି ସେ ଘର ର ରାଣୀ ହୋଇଥିବ।
ନଥିବ ବାଧା କି ବନ୍ଧନ ଏ ଦୁନିଆଁ ର ,ହେଲେ
ଥିବ , ଖାଲି ଆମର ସେ ଶାଶ୍ୱତ ପ୍ରେମ ର
ପ୍ରତିବିମ୍ବ ର ଝର୍କା,ସେ ବାଟ ଦେଇ ତୁମେ
ଆସୁଥିବା ମୋ ଜୀବନେ ଖୁସି ର ବର୍ଷା ନେଇ।