Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puja Badi

Action

3  

Puja Badi

Action

ପ୍ରିୟର ଖୋଜ

ପ୍ରିୟର ଖୋଜ

1 min
137



ପ୍ରେମ ସହରେ ଯେତେ ବୁଲିଲେ ବି

ମିଳୁନି ପ୍ରିୟର ଠିକଣା,

ଖୋଜି ଖୋଜି ମୁଁ ଥକିଗଲିଣି 

ହେଇଯିବି ବାଟ ବଣା |


ମୋ ସ୍ଵପ୍ନର ନାୟକ ସେ

ଟିକେ ଚଗଲା,

କୁଆଡେ ଲୁଚି ରହିଛି କେଜାଣି

ପ୍ରକୃତିରେ ପୂର୍ଣ୍ଣ ଚିତ୍ରର ସେ ପିଆଲା |


ପ୍ରକୃତି ଯେମିତି ତା ହୃଦୟେ ସାଇତି 

ଲାବଣ୍ୟ ପୂର୍ଣ୍ଣ ତାର ଆକୃତି,

ଭାବିବାକୁ ଗଲେ ମୋ ପାଇଁ ଅଜଣା ସାଥୀଟେ

ପୁରା ମନଲୋଭା ସେ ଉଡ଼ନ୍ତା ପକ୍ଷୀଟେ |


ଆଶା ଅଛି ମୋର ବିଶ୍ୱାସରେ

ଦିନେ ନା ଦିନେ ଭେଟିବି ପ୍ରିୟକୁ,

ଏବେ ଖାଲି ଖୋଜୁଛି

ମିଳିଗଲେ ପ୍ରେମର ଭେଟ ଯାଚିବି ତାକୁ |


ତା ଆଖିରେ ପ୍ରକୃତିର ମାୟା 

ପ୍ରେମକୁ ମୋର ସେ ଗ୍ରହଣ କଲେ,

ସାଥୀର କୋଳେ ଶୋଇବାର

ଇଚ୍ଛା ଅଛି ଅନ୍ତକାଳ |


       


Rate this content
Log in

Similar oriya poem from Action