STORYMIRROR

Jayashree Maharana

Romance

3  

Jayashree Maharana

Romance

ପ୍ରିୟକୁ ପାଇଅଛି

ପ୍ରିୟକୁ ପାଇଅଛି

1 min
215

ଥିଲି ମୁଁ ଏକା ଶୂନ୍ୟ ହୃଦୟ ମନ ବାଆଁରା ପକ୍ଷୀ

ଆସିଲୁ ମୋର ଜୀବନେ ସାଥି ପ୍ରୀତିର ରଙ୍ଗ ମାଖି

ରଙ୍ଗ ଲଗାଇ ଦେଲୁ ହୃଦୟେ ହେଲି ମୁଁ ଆନମନା

ତୋ କଥା ଭାବି ଦିନ ବିତୁଛି ହେଇଛୁ ଯେବେ ଚିହ୍ନା ।


ସବୁଠି ଦିଶେ ତୋର ଚେହେରା ପଲକ ପଡେ ନାହିଁ

ସପନ ମେଳା ଲାଗିଛି ମନେ ତୋର ପରଶ ପାଇଁ

ନୀରବେ ଖୋଜେ ତୋର ବାଟକୁ ହୃଦୟେ ମିଠା ନିଆଁ

ଜହ୍ନ ରାତିର ଜୋଛନା ଜାଳେ ପ୍ରତି ରାତିରେ କିଆଁ ।


ବିଜନ ବେଳା ସ୍ନିଗ୍ଧ ସମୀର କାନରେ ଚୁପି କହେ

ପ୍ରୀତିର ନିଶା ଭରିଛି ଆଶା ଆସିବ ନିଶ୍ଚେ ସିଏ

କିମିଆଁ କରି ଜୀବନେ ମୋର ସାଜିଛି ଯଦି ପ୍ରିୟ

କେବେ ଛିଣ୍ଡାଇ ଦେବନି ଏଇ ଆମ ସଂପର୍କ ଖିଅ ।


ଅଦୃଶ୍ୟ ସେଇ ପ୍ରେମର ରୂପ ପ୍ରିୟକୁ ପାଇଅଛି

ଯୌବନତଟେ ସାଜି ପ୍ରେୟସୀ ପ୍ରତୀକ୍ଷା କରିଅଛି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance