STORYMIRROR

Mahendra Kumar Swain

Romance

3  

Mahendra Kumar Swain

Romance

ପ୍ରିୟାର ଓଢଣୀ

ପ୍ରିୟାର ଓଢଣୀ

1 min
426

ଆସୁଥିଲା ପ୍ରିୟା ନଇଁ ନଇଁ କରି

ଓଢଣୀ ମୁଣ୍ଡରେ ଦେଇ

ଓଢଣୀ ଫାଙ୍କରୁ ଚାଂହୁଥିଲା ମତେ 

ଲାଜରେ ଟିକେ ଅନେଇ 


ଟିକେ ଚାହୁଁଥିଲା ଟିକେ ଲୁଚୁଥିଲା

କଣେଇ ସେ ଦେଖୁଥିଲା

ପ୍ରେମ ଭରା ସେଇ ଚାହାଣିରେ ସିଏ

ମନ ମୋର କିଣୁଥିଲା 


ଅଳ୍ପ ଅଳ୍ପ ହୋଇ ଜଳୁଥିଲା ବତୀ

ମୁହଁ ଟିକେ ଦିଶୁଥିଲା

ଲାଜୁଆ ମୁହଁକୁ ସିନ୍ଦୂର ଟୋପାଟା

ତାକୁ ଭାରି ମାନୁଥିଲା 


ଲାଜୁଆ ହସରେ ଓଠରେ ତାହାର

ମୁରୁକି ସେ ହସୁଥିଲା

ରଜନୀଗନ୍ଧା ତା ମୁଣ୍ଡକୁ ଯେ ଭାରି 

ସୁନ୍ଦର ଯେ ଦିଶୁଥିଲା 


ହାତରେ ତାହାର ମେହେନ୍ଦୀରେ ଭରି

ନାଁ ମୋର ଲେଖିଥିଲା

ମେହେନ୍ଦୀ ଭରା ତା ହାତର ବସ୍ନା ଯେ

ଘର ସାରା ବାସୁଥିଲା


ହରିଣୀ ପରି ତା ଆଖି ଦୁଇଟି ରେ

ମତେ ସିଏ ଚାହୁଁଥିଲା

ଲାଜରେ ଲାଜରେ ଓଢଣୀକୁ ଟେକି

ମୁହଁ ମୋର ଦେଖୁଥିଲା 


ଓଢଣୀରେ ପ୍ରିୟା ଲାଗୁଥିଲା ମୋର

ସତେ କି ସରଗ ପରି

ଆଣିଛି କିଏ ସେ କେଉଁ ରାଇଜରୁ 

ମୋ ପାଇଁ ସତେ ଯେ ଧରି 


ନୂଆ ବୋହୁ ବେଶେ ପକେଇ ଓଢଣୀ

ଆସ୍ତେ ଆସ୍ତେ ଚାଲୁଥିଲା

ପାଦକୁ ସିନା ସେ ଚାପି ଦେଉଥିଲା

ପାଉଁଜି ତା ଶୁଭୁଥିଲା 


ଚାନ୍ଦ ମୁହଁକୁ ତା ମେଘ ଘୋଡ଼ଣିରେ

ଲୁଚେଇ ସେ ଦେଇଥିଲା

କଣେଇ କଣେଇ ବିଜୁଳି ଆଲୋକେ

ମୁହଁ ତାର ଦିଶୁଥିଲା 


ଓଢଣୀ ପକେଇ ନୂଆ ବୋହୁ ହୋଇ

ପ୍ରିୟା ମୋର ଆସୁଥିଲା

ଲାଜୁଆ ଚାହାଣୀ ଓଢଣୀ ଭିତରୁ 

ମତେ ଟିକେ ଦିଶୁଥିଲା


ଓଢଣୀକୁ ଯେବେ ଟେକି ଦେଇ କରି

ମୁହଁ ତାର ଦେଖିଥିଲି

ସପନ ମୋର ଭାଙ୍ଗିଗଲା ପୁରା

ଅନେଇ ମୁଁ ରହିଥିଲି 



Rate this content
Log in

Similar oriya poem from Romance