ପ୍ରିୟାର ଓଢଣୀ
ପ୍ରିୟାର ଓଢଣୀ
ଆସୁଥିଲା ପ୍ରିୟା ନଇଁ ନଇଁ କରି
ଓଢଣୀ ମୁଣ୍ଡରେ ଦେଇ
ଓଢଣୀ ଫାଙ୍କରୁ ଚାଂହୁଥିଲା ମତେ
ଲାଜରେ ଟିକେ ଅନେଇ
ଟିକେ ଚାହୁଁଥିଲା ଟିକେ ଲୁଚୁଥିଲା
କଣେଇ ସେ ଦେଖୁଥିଲା
ପ୍ରେମ ଭରା ସେଇ ଚାହାଣିରେ ସିଏ
ମନ ମୋର କିଣୁଥିଲା
ଅଳ୍ପ ଅଳ୍ପ ହୋଇ ଜଳୁଥିଲା ବତୀ
ମୁହଁ ଟିକେ ଦିଶୁଥିଲା
ଲାଜୁଆ ମୁହଁକୁ ସିନ୍ଦୂର ଟୋପାଟା
ତାକୁ ଭାରି ମାନୁଥିଲା
ଲାଜୁଆ ହସରେ ଓଠରେ ତାହାର
ମୁରୁକି ସେ ହସୁଥିଲା
ରଜନୀଗନ୍ଧା ତା ମୁଣ୍ଡକୁ ଯେ ଭାରି
ସୁନ୍ଦର ଯେ ଦିଶୁଥିଲା
ହାତରେ ତାହାର ମେହେନ୍ଦୀରେ ଭରି
ନାଁ ମୋର ଲେଖିଥିଲା
ମେହେନ୍ଦୀ ଭରା ତା ହାତର ବସ୍ନା ଯେ
ଘର ସାରା ବାସୁଥିଲା
ହରିଣୀ ପରି ତା ଆଖି ଦୁଇଟି ରେ
ମତେ ସିଏ ଚାହୁଁଥିଲା
ଲାଜରେ ଲାଜରେ ଓଢଣୀକୁ ଟେକି
ମୁହଁ ମୋର ଦେଖୁଥିଲା
ଓଢଣୀରେ ପ୍ରିୟା ଲାଗୁଥିଲା ମୋର
ସତେ କି ସରଗ ପରି
ଆଣିଛି କିଏ ସେ କେଉଁ ରାଇଜରୁ
ମୋ ପାଇଁ ସତେ ଯେ ଧରି
ନୂଆ ବୋହୁ ବେଶେ ପକେଇ ଓଢଣୀ
ଆସ୍ତେ ଆସ୍ତେ ଚାଲୁଥିଲା
ପାଦକୁ ସିନା ସେ ଚାପି ଦେଉଥିଲା
ପାଉଁଜି ତା ଶୁଭୁଥିଲା
ଚାନ୍ଦ ମୁହଁକୁ ତା ମେଘ ଘୋଡ଼ଣିରେ
ଲୁଚେଇ ସେ ଦେଇଥିଲା
କଣେଇ କଣେଇ ବିଜୁଳି ଆଲୋକେ
ମୁହଁ ତାର ଦିଶୁଥିଲା
ଓଢଣୀ ପକେଇ ନୂଆ ବୋହୁ ହୋଇ
ପ୍ରିୟା ମୋର ଆସୁଥିଲା
ଲାଜୁଆ ଚାହାଣୀ ଓଢଣୀ ଭିତରୁ
ମତେ ଟିକେ ଦିଶୁଥିଲା
ଓଢଣୀକୁ ଯେବେ ଟେକି ଦେଇ କରି
ମୁହଁ ତାର ଦେଖିଥିଲି
ସପନ ମୋର ଭାଙ୍ଗିଗଲା ପୁରା
ଅନେଇ ମୁଁ ରହିଥିଲି

