ପ୍ରିୟା
ପ୍ରିୟା
କିଏ ଗୋ ସୁନ୍ଦରୀ ସ୍ବର୍ଗର ଅପ୍ସରୀ
ମୋ ମନରେ କଲ ବସା
ଅଦିନେ ଲେଖିଲ ଅଲିଭା କାହାଣୀ
ବୁଝି ହୃଦୟର ଭାଷା ।
ଫଗୁଣର ତୁମେ ଫଗୁଛିଟା ପ୍ରିୟା
ଇନ୍ଦଧନୁ ସାତରଙ୍ଗ
ବସନ୍ତ ର ତୁମେ ମଳୟ ପବନ
ମୁକ୍ତ ନଭେ ଯେ ବିହଙ୍ଗ ।
ମୁକ୍ତା ପରି ତୁମ ନୟନ ଯୁଗଳେ
କରିଲ ଏମିତି ବନ୍ଦୀ
ଚାହିଁଲେ ଫେରେନି ନଜର ତୁମଠୁ
ପ୍ରେମରେ ଗୋ ଦେଲ ଛନ୍ଦି ।
ଆଗୋ ରାଜହଂସି ଚପଳ ପ୍ରେୟସୀ
ମୋ ପ୍ରେମର ପ୍ରିୟତମା
କୋଇଲି ନେଲା କି ତୁମଠାରୁ ସ୍ବର
ବୁଝି ମୁଁ ପାରେନି ଯମା ।
ଢଳ ଢଳ ଚାଲି ଯେବେ ଚାଲୁଥାଅ
ଅକାଂ ବକାଂ ବାଟଦେଇ
ଲାଗେ ଯେ ଏମିତି ଶାନ୍ତ ସାଗରରରେ
ଢେଉ ଆସିଯାଏ କାହିଁ ।
ହସ ଆଗେ ତୁମ ଅଶୋକ,ଟଗର
ଛାର ଲାଗେ ମଲ୍ଲି,ହେନା
ଦେଖିଲେ ତୁମକୁ ଯେତେଥର ପ୍ରିୟା
ମନ ମୋ ବୁଝେନା ଜମା ।
ତୁମେ ମୋ ମନର ଅଫେରା ଅତିଥି
ସାତ ଜନମର ସାଥି ରଖିଛି ରଖିବି
ତୁମକୁ ହୃଦୟେ ଦେଉଛି ଗୋ ପ୍ରତିଶ୍ରୁତି ।