Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Romance

4  

Aishwarya Mishra

Romance

ପ୍ରିୟା

ପ୍ରିୟା

1 min
217


ତୁମେ ମୋ ସ୍ଵପ୍ନର ରାଜଜେମା ପ୍ରିୟା,ହୃଦୟ ରାଇଜ ରାଣୀ  

ଶରତ ଆକାଶେ ଶୁଭ୍ର ଜହ୍ନ ତୁମେ ,ମତୁଆଲା ତୁମ ଠାଣୀ ।। ୧ ।।


ରୂପର ସହରେ ଅଳକାନନ୍ଦା ଗୋ ,ମଧୁ ଲାବଣ୍ୟରେ ଭରା 

ତୁମେ ମୋ ପ୍ରେୟସୀ, ମନର ମାନସୀ,ପୀରତି ପିୟୁଷ ଝରା  

ମନ ବସନ୍ତର ଅନୁରାଗେ ଲେଖା,ଆମ ଏ ପ୍ରେମ କାହାଣୀ  

ମଥାର ସିନ୍ଦୂର ହସି ହସି କୁହେ ତୁମେ ମୋ ମନ ମାନିନୀ ।। ୨ ।।


ନିଦାଘରେ ତୁମେ ଶୀତଳ ଛାୟା ଗୋ,ଆତ୍ମତୃପ୍ତି ପ୍ରଦାୟିକା 

ଶ୍ରାବଣରେ ତୁମେ ଭିଜାମାଟି ବାସ୍ନା,ଶିହରଣେ ସମ୍ମୋହିକା ।। ୩ ।।


ତନୁମଣ୍ଡଳରେ ବସନ୍ତ ଫୁଆର ,କେତେ ଶୋଭାବନ ଦିଶେ 

ଘନକୁନ୍ତଳର ଅପରୂପ ବେଶ ,ସଭିଁଙ୍କ ମନକୁ ତୋଷେ  

କଣ୍ଠରେ ତୁମର କୋକିଳର ସ୍ବର,ମଧୁର ମୋହନ ବାଣୀ  

କଳ୍ପନା ବିଳାସେ ଇନ୍ଦ୍ରଧନୁ ତୁମେ ପ୍ରୀତିନୀରେ ନିର୍ଝରିଣୀ ।। ୪ ।।


ପ୍ରୀତି-ପାରିଜାତ ମହକ ଗୋ ତୁମେ,ମୃଣ୍ମୟୀ ପ୍ରେମ ମୂରତୀ 

କି ଦେବି ଉପମା , ତୁମେ ଅନୁପମା,ଅପରୂପ ତୁମ ଜ୍ୟୋତି  ।। ୫।।


Rate this content
Log in

Similar oriya poem from Romance