STORYMIRROR

Surjyakanta Dash

Romance

3  

Surjyakanta Dash

Romance

ପ୍ରିୟା ତୁମେ ମୋର

ପ୍ରିୟା ତୁମେ ମୋର

1 min
276


ପ୍ରିୟା ତୁମେ ମୋର

ନିଝୁମ୍ ରାତ୍ରିର ମନ୍ଦ ମଳୟ ପବନ

କେବେ ତୁମେ ଆକାଶି ଫୁଲର ବାସ୍ନା

ଆଉ ତୁମେ ଖରାବେଳ ଦ୍ଵିପ୍ରହରର

ଝାଞ୍ଜି ତାତି ଗରମ୍ ।।


ପ୍ରିୟା ତୁମେ ମୋର

ଗାଆଁ ପର୍ବତ ପାଖେ

ବୋହି ଯାଉଥିବା ଛଳ ଛଳ ନଈ

ହୋଇପାର ତୁମେ କେତେବେଳେ

ସାଗରର ଶୀତଳ ଛୁଆଁରେ

ବାଲୁକା ଶଯ୍ୟାର ଚୋରାବାଲି ।।


ପ୍ରିୟା ତୁମେ ମୋର

କେତେବେଳେ ଅବୁଝା ପ୍ରେୟସୀ

ଏକା ଏକା ମୁଁ ଏଠି ଭାବୁଅଛି ବସି

ଝରକା ସେ ପାଖରେ

ଟୁପ୍ ଟାପ୍ ବର୍ଷା

କହିଦିଏ ତୁମ ଆଗମନ କଥା

ଭରିଦିଏ ମନରେ କୁହୁକ ର ବାଣୀ ।।


ପ୍ରିୟା ତୁମେ ମୋର

ଜୀବନର ଛାଇ ଆଲୁଅର ଖେଳ

କେବେ ଖୋଜୁଥାଏ କେବେ ହଜୁଥାଏ

ସ୍ମୃତିରେ ଭିଜେ ମୁଁ ବାରମାସ

ସବୁ ଋତୁର କାହାଣୀ ତୁମେ

ଭରିଦିଅ ତୁମ ସ୍ପର୍ଶର ମହକ ।।


ପ୍ରିୟା ତୁମେ ମୋର

ହୋଇପାର ଗ୍ରୀଷ୍ମର ଝାଞ୍ଜି ଖରା

ରିମଝିମ୍ ବର୍ଷାର ଶିତଳତା ଓ ସଙ୍ଗୀତର ଧାରା

ଶୀତ ସକାଳର ହାଡ଼ ଥରା ଥଣ୍ଡା

ବସନ୍ତର ବାସନ୍ତୀ ତୁମେ ଆଉ

କୋଇଲିର ପ୍ରୀତି ସ୍ୱର ।।


ଆଉ କେତେବେଳେ ତୁମେ

ମନ ଗହଣରେ ଆଙ୍କୁଥିବା

ଚୈତର ଚୋରା ଚୈତାଳି

ଶରତ ଆକାଶର ଜ୍ୟୋତ୍ସ୍ନା ତୁମେ

ନଦୀ ପଠାଧାରେ କାଶତାଣ୍ଡୀ ଫୁଲ

ସବୁବେଳେ ମନରେ ମୋର 

ପ୍ରଶ୍ନବାଚୀ ଆଣ ।।


    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance