ପ୍ରିୟା ମୋର
ପ୍ରିୟା ମୋର
ତୁମେ ଯେବେ ଆସିଥିଲ
ଫଗୁଣ କୁ ନେଇ
ଗଲା ବେଳେ ଛାଡ଼ିଗଲ
ଶ୍ରାବଣ କୁ ଦେଇ ।
ତମେ ଯେବେ ଥିଲ
ଜୀବନର ରାତିରେ
ସବୁ ରାତି ଥିଲା ପୂର୍ଣ୍ଣମୀ
ଚାଲିଗଲ ଯେବେ ପ୍ରିୟା
ଜୀବନର ରାତିରେ ।
ମୋର ସବୁ ରାତି ଅମାବାସ୍ୟା
ଆଉ ସବୁ ସପ୍ତମୀ
ଜୀବନର ଆକାଶରେ
ତମେ ଥିଲ ପୂର୍ଣିମା ଚାନ୍ଦ
ଆତ୍ମା ର ଏଇ ପୋଖରିରେ ।
ମୁଁ ଥିଲି ପଦ୍ମ
ଚାନ୍ଦ ପଦ୍ମ କେବେ ମିଶି ପାରିବେନି
ସେଥିପାଇଁ ମିଶି ପାରିଲେନି
ବୋଧହୁଏ ,
ଜୀବନରେ ଆମେ
ଏଇ ଜୀବନ ଏକ ନୀଳ ସାଗର
ତମେ ହେଉଛ ଟୋପା ଟୋପା
ଜଳ ବିନ୍ଦୁ ।
ଟୋପା ଟୋପା ଜଳ ବିନ୍ଦୁ ରେ ତ
ମୋ ଜୀବନ ପୁରିଗଲା
ଅଧିକ ହେବାରୁ ବୋଧହୁଏ ବହିଗଲା
ଚାନ୍ଦ ପରି ମୁହଁ ତମର
ପଦ୍ମ ପରି ଓଠ।
ହରିଣୀ ପରି ଆଖି ତୁମର
ଫୁଟିଲା ଫୁଲ ର ହସ
ମୋନାଲିସା ହସ ଫିକା ପଡିଯାଏ
ତୁମ ହସ ଦେଖି ।
ଚାନ୍ଦ ର ମୁହଁ କଳା ପଡିଯାଏ
ତୁମ ମୁହଁ ଦେଖି
ତମେ ସ୍ଵର୍ଗର ଅପ୍ସରା
କେମିତି ବା ପାଇଥାନ୍ତି
ତୁମକୁ ମୋର ଏଇ କୋଳେ ।