STORYMIRROR

Satyabati Swain

Romance

4  

Satyabati Swain

Romance

ପ୍ରିୟ ମଣିଷ ଚିଠି

ପ୍ରିୟ ମଣିଷ ଚିଠି

1 min
438


ଓଃ ତାକୁ ଅପେକ୍ଷା 

 ଖୁବ୍ ପୀଡା ଦାୟକଥିଲା।


ମୁଁ ଅଣାୟତରେ

ଉତ୍କଣ୍ଠା, ଉଦ୍ ବିଗ୍ନ 

ମୋତେ ମୋଠାରୁ ଛଡାଇ ନେଇଥିଲେ

ନିଜ ସତ୍ତା ଭୁଲି

କେବଳ ଅପେକ୍ଷା କରିଥିଲି 

ସେ କେତେବେଳେ ଆସିବ।


ସବୁ ଭୁଲ୍ ଭାଲ୍ 

କରି ଦେଉଥିଲି

ଚା ରେ ପତି ପରିବର୍ତ୍ତେ ହଳଦୀ ଗୁଣ୍ଡ,

ଡାଲ୍ମାରେ ହଳଦୀ ଗୁଣ୍ଡ ବଦଳରେ ଚା ପତି 

କ୍ଷୀର ପୋଡି ସସପେନ୍ସ ଟା ପୋଡା ।


ମା କହୁଥିଲା କଣ ହୋଇଛି କି 

 ଆଜି ଏତେ ଅନ୍ୟ ମନସ୍କ?


ମୁଁ କହି ପାରୁ ନଥିଲି 

ମୋ ଅନ୍ୟମନସ୍କତାର କାରଣ

କେବଳ ଅପେକ୍ଷା 

ସେ କେତେବେଳେ ଆସିବ।


ମୋ ଅପେକ୍ଷାର ଅନ୍ତ ଘଟାଇ

 ସେ ଆସିଲା

 ଖୁସିରେ ମେଘ ସେପାଖକୁ ଉଡ଼ିଗଲି

 ଇନ୍ଦ୍ରଧନୁ ମୋ ମନ ହୃଦୟରେ 

 ପୁଳେ ଖୁସିର ରଙ୍ଗ ନେସି ଦେଲା।

 

 ମୁଁ ତାକୁ ଅତି ସନ୍ତର୍ପଣ ହୋଇ ଖୋଲିଲି

 ଆସ୍ତେକି ନେଇ ଛାତିରେ ଚାପି ଧରିଲି

ଆଖି ବୁଝି ଅନୁଭବ କଲି

ପଠେଇଥିବା ପ୍ରିୟ ମଣିଷ ଚିଠି ଟିକୁ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance