ପ୍ରିୟ ଭୂମି
ପ୍ରିୟ ଭୂମି
ପ୍ରିୟ ମୋର ସେହି ଭୂମି ଯଉଠାରେ ଜନମ ହେଲି ମୁହିଁ
ଚାଲିଲା ବୁଲିଲା ବେଳେ କଲି ଅତ୍ୟାଚାର ତଥାପି କିଛି କହିଲା ନାହିଁ
ସବୁ ଚୁପ୍ ଚାପ ଗଲା ସହି
ମୋ ଜୀବନରେ ତାଠୁ ବଡ କିଛି ନାହିଁ।
ସାଇତି ରଖିଛି ମୋର ଅଭୁଲା
ଅତୀତ
କେତେ ଉତ୍ଥାନ-ପତନ କଲା ଅବଗତ
ସାହାସ ସାଜିଲା ମୋରହେଇ ମିତ
ତାର ମୋର ସମ୍ପର୍କ ଚିରାଚରିତ।
ରୂପ ତାହାରି କି ଅନୁପମ
ପଥପ୍ରାନ୍ତ ପଛେ ହଉ ବିଷମ
ସ୍ନେହମୟୀ ଯେ ଅତି ପରମ
ରଖେନା କେବେ ସେ ମନର ଭ୍ରମ।
ସବୁଜିମାରେ ସେ ଭରପୁର
କୁଳୁ କୁଳୁ ନଦୀ ବହୁଛୁ ଦେଇ ଗା ଭିତର
ସତେ କଳା ରେ ତ ସେ ଭରପୂର
ଏଇତ ପ୍ରିୟ ଭୂମି ମୋହର।