STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ପ୍ରୀୟା ପାଇଁ

ପ୍ରୀୟା ପାଇଁ

1 min
11.9K

           

ମେଘ ଯାଏ ଉଡି ଉଡି

ମନ ଉଡିଯାଏ

ପ୍ରୀୟା ପାଖକୁ ସେ

ପିନ୍ଧେ କଳାମେଘି ଶାଢ଼ୀ ,,


ତା ଶାଢ଼ୀ ପଣତ କାନି,

ବାନ୍ଧି ଦେଇଅଛି 

ମନକୁ ମୋହର 

ମୁଁ ଆଉ ଭୁଲି ପାରୁନି ।।


ଆକାଶେ ଦେଖିଲେ ମେଘ,

ମୟୂର ନାଚଇ

ପୁଚ୍ଛ କୁ ଟେକି ଲୋ

ନାଚଇ ବିଭୋର ହୋଇ ,,


ମୟୂର ନାଚ କୁ ଦେଖି,

ପ୍ରୀୟା ନାଆଁ ନେଇ

ମନ ମୋ ନାଚଇ

ପାରେନି ତାରେ ଉପେକ୍ଷି ।।


ବରଷେ ବରଷା ବାରି,

ମୋ ଆଖିରୁ ଝରେ

ଅସରା ଲୁହ ସେ

ଗଲା ହତାଦର କରି,,


ହତାଦର କଲା ସଖୀ,

ଝୁରୁଛି ତା ସ୍ନେହ

ଆଦର ପଣକୁ,

କଷାପଡେ ନାହିଁ ଆଖି ।।


ମେଘ କରେ ଗରଜନ

ଥିଲେ ପ୍ରୀୟା ମୋର

ଜାବୁଡି ଧରନ୍ତା

ହୁଅନ୍ତା ଭାବ ବନ୍ଧନ ,,


ମୋ ସ୍ନେହ ଭାବ ବନ୍ଧନ,

ଛିନ୍ନ କଲ କିଆଁ 

ସଖୀ କେଉଁ ରୋଷେ

ବୁଝୁ ନାହିଁ ମୋର‌ ମନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance