STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ପରୀଟିଏ

ପରୀଟିଏ

1 min
332

ଝିଅ ନୁହେଁ ସେ ତ

ସୁନା ପରୀଟିଏ

ମମତାର ଅବତାର

ନିଜେ ହସି ସେ ତ

ଜଗତ ହସାଏ

କେ ସରି ହେବ କି ତାର


ମାଆ ହୋଇ ବାଟ

ଚାଲିବା ଶିଖାଏ

କେତେ କଥା କେତେ କାହାଣୀ କହେ

କେତେ ସରାଗରେ

ସ୍ନେହ ଆଦରରେ

ନିଜେ ନ ଖାଇ ସେ ଛୁଆକୁ ଦିଏ


ହାରିଯାଏ ଯେବେ

ଜୀବନ ଯୁଦ୍ଧରେ

ହାତ ଧରି ହୁଏ ଜୀବନ ସାଥି

ବାଟ ଚାଲୁଥାଏ

ସୁଖରେ ଦୁଃଖରେ

ବରଷା, ହେଉ କି ଶୀତ ବା ତାତି


ଧନ୍ୟ ପରା ସେଇ

ଜଗତ କରତା

କେତେ ଯତନରେ ତତେ ଗଢ଼ିଛି

ଦୁନିଆଯାକର

ଭଲ ଗୁଣ ଦେଇ

ଅନନ୍ୟା ସେ ତତେ କରିଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract