ପ୍ରୀତିରାଗ
ପ୍ରୀତିରାଗ
ଭଗ୍ନ ହୃଦୟର ଫାଙ୍କେ ଉଙ୍କି ମାରେ
ଆହତ ଗୋଧୂଳି ସଂଜ ।
ମୁରୁଜ ଛଟାର ରଂଗ ଭରିଦେଲା
ଜୀଇଁବାର ପ୍ରୀତିରାଗ ।0।
ସଂଜରାଣୀ ତୁମେ କବରୀରେ ଖୋସି
ପ୍ରୀତି ଝରା ତାରା ଫୁଲ ।
ସପନ ଭରା ସେ ବିଳାସୀ ମନରେ
ପାଉଥିଲ ଦିନେ ଭଲ ।
ମଧୁମିଳନର ମଳୟ ଛୁଆଁରେ
ଭରି କେତେ ଅନୁରାଗ ।୧।
ଆହତ ମୁଁ ଆଜି ସ୍ମୃତିର ଦଂଶନେ
ଅନୁତାପେ ଜଳି ମରେ ।
ନିଃସଙ୍ଗ ବେଳାକୁ ସାଥୀ କରି ନିତି
ଆଖି ଲୁହ ନିତି ଝରେ ।
ଜଳେଇ ଦେଇଛ ହୃଦୟଟା ମୋର
ଅଛି ସ୍ମୃତି କଳା ଦାଗ ।୨।