STORYMIRROR

MAMATA RANI SATAPATHY

Romance

3  

MAMATA RANI SATAPATHY

Romance

ତୋ ପ୍ରେମରେ

ତୋ ପ୍ରେମରେ

1 min
300


ତୋ ପ୍ରେମରେ ଆଜି ଯାଇଛି ମୁଁ ଭିଜି,

  ତୋ ପାଇଁ ଲେଖୁଛି କବିତା......।

ପ୍ରତି କବିତାର ତୁ ନାୟକ,

  ଆଉ ମୁଁ ତୋ ନାୟିକା.........।

ଏ ମନ ବୁଝେନା ସାଥୀ ତୋ ବିନା,

ତୋ ସାଥେ କଥା ନ ହେଲେ ମତେ କିଛି ଭଲ ଲାଗେନା ।

ତୋ ସ୍ୱର ଲାଗେ ମତେ କୋଇଲି ଠୁ ବି ମଧୁର,

ଯେତେଦୂରେ ଥିଲେ ବି ତୁ ଲାଗୁ ନିଜଠୁ ନିଜର....।

ଫଗୁଣ ନେଇ ତୁ ଆସିଲୁ ମୋ ଜୀବନେ,

    ଢାଳିଲୁ ପ୍ରେମର ଛିଟା.....,

ସେ ପ୍ରେମ ସତେ ଏତେ ଆପଣାର 

     ଭୁଲିଲି ମୁଁ ଅନ୍ୟ କଥା....।

ସକାଳୁ ସଞ୍ଜ,ସଞ୍ଜରୁ ସକାଳ 

    ତୋ କଥା ବସି ମୁଁ ଭାବେ,

ମନ କାଗଜରେ ଆଖି ଆଇନାରେ

    ତୋରି ଛବି ମୁଁ ଆଙ୍କେ ।

ରହିଛି ରହିବି ତୋର ସାଥେ ପ୍ରିୟ

   ବଞ୍ଚିଥିବି ଯେତେଦିନ.....।

ସବୁ ଜନମରେ ତୋ ରି ସାଥିରେ

   ରହିବାକୁ ମୋର ମନ ........।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance