ଅକୁହା ମନର କଥା
ଅକୁହା ମନର କଥା
କି ଅବା ଲେଖିବି ତୁମ ପାଇଁ ସାଥି
ତୁମେ ତ ହେଉଛ ସର୍ବଗୁଣାବତୀ !
ଭାବିଛି ମୁଁ କିଛି ଲେଖିବାକୁ ଆଜି
ହୃଦୟରୁ କିଛି ଶବ୍ଦ ନେଇ
କୋଉଠୁ ଲେଖିବି କଉଠି ସାରିବି
ଜାଣି ତ ପାରଇ ନାହିଁ !
ଯେବେ ଯେବେ ଏ ମନ ଭାବେ ତୁମ କଥା
ସେବେ ସେବେ ଏ ହାତ ଲେଖେ କବିତା !
ମନଟି ମୋହର ଛୋଟ ଏକ ଘର
ଯେଉଁଠି ରହିଛି ପ୍ରତି ଛବି ତୁମର !
ପଦ୍ମ ଫୁଲ ପରି ମୁହଁଟି ତୁମର
ଭ୍ରମର ପରି ଦୁଇ ଆଖି
ସେହି ହସ ହସ ମୁହଁ ଦେଖି
ମନ ମୋର ଗଲା ଲାଖି
ହୃଦୟରେ ଆଙ୍କି ଦେଲା
ଭିନ୍ନ ଏକ ଛବି !
ଦେଖି ତୁମ ରୂପ ରଙ୍ଗ
ମନରେ ସୃଷ୍ଠି ହୁଏ ପ୍ରେମର ତରଙ୍ଗ !
ଏ ମନଟି ମୋହର ସତେ ହୋଇ ଯାଏ ବୃନ୍ଦାବନ
ଯେବେ ଯେବେ ଏ ମନ ଗାଏ ତୁମ ନାମର ଭଜନ !
ବେଳେ ବେଳେ ହୃଦୟର ଏହି ସବୁ କଥା କହିବାକୁ ମୁଁ ଚାହେଁ
କିନ୍ତୁ ହୃଦୟରୁ କଥା ସବୁ ଆସି ପାଟିରେ ମାେ ଅଟକି ଯାଏ !

