STORYMIRROR

Soubhagya Ranjan Nayak

Tragedy

3  

Soubhagya Ranjan Nayak

Tragedy

ମହାପ୍ରଭୁ

ମହାପ୍ରଭୁ

1 min
244

ଶୁଣ ଶୁଣ ହେ ଜଗନ୍ନାଥ

ଶୁଣ ଶୁଣ ହେ  ଜଗନ୍ନାଥ 

କୋରନା ନାମକ ରାକ୍ଷସ କବଳରେ ଏ  ସାରା ଜଗତ!

ଏ କଳି କାଳରେ ମହାପ୍ରଭୁ ତୁମେ ଯେ ଦିବ୍ୟପୁରୁଷ 

ତୁମ ଚକ୍ଷୁ ଆଡ଼ହଳରେ ଥାଇ ମଧ୍ୟ ଆମ୍ଭର ଇଏ କି ବେଶ!

କୋରନା ଭାଇରସ୍ ସତେଜେ ଏକ ରାକ୍ଷସ

ଆମ୍ଭ ମାନଙ୍କ ମୁଖରୁ ଛଡେ଼ଇ ନେ଼ଇଛି ହସ!

ଏ ରାକ୍ଷସ ର କଣ ନାହିଁ ଅନ୍ତ

ଗୋଟିଏ ପରେ ଗୋଟିଏ ସଂକ୍ରମିତ!

କୋରନା ନାମକ ମହାମାରୀ 

ଦେଖା ଦେଇଛି ବିଶ୍ୱଭରି!

ମାଳିକା ବଚନ କି ହୋଇବ ସତ 

ଧ୍ବଂସ ହେବ ଏ ଜଗତ!

ମାଳିକାରେ ଲେଖା ଅଛି ଅଚିହ୍ନା ରୋଗ ଆସିବ

ବଇଦ ନ ଚ଼ିହ୍ନି ପାରିବ!

ଗ୍ଲୋବସ୍ ଓ ସାମାଜିକ ଦୂରତାରେ ହେଉ ନାହିଁ ରୋକି

ଏହା କାଳେ ବାୟୁ ରେ ଯାଉଛି ବ୍ୟାପି!

ହେ ଜଗତର ନାଥ ଜାଗନ୍ନାଥ 

ତୁମକୁ କୋଟି କୋଟି ଲୋକ ଟେକିଛନ୍ତି ହାତ!

ଅନାଥର ନାଥ ବୋଲି ତୁମେ ଜେ ଜଗନ୍ନାଥ

ତୁମ ଆଶିର୍ବାଦ ରହିଲେ କୋରନାର ହବ ଦେହାନ୍ତ!

ଶୁଣ ଶୁଣ ହେ  ଜଗନ୍ନାଥ 

କୋରନା ନାମକ ରାକ୍ଷସ କବଳରେ ଏ ସାରା ଜଗତ!

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy