ପାଗଳ ପ୍ରେମୀ
ପାଗଳ ପ୍ରେମୀ
ସପନ ନୁହେଁ ମୁଁ ଆଖିରେ ତୁମର
ମୁଁ ତୁମର ପ୍ରିୟା ବାସ୍ତବ ପ୍ରେମ
ତୁମେ ପ୍ରିୟା ବାଟ ମୁଁ ଯେ ବାଟୋଇ
ଏ ଜନ୍ମ ନୁହେଁ ସବୁ ଜନ୍ମର
ମନ ମୋର ଥିଲା ଡେଣା ହିନ ପକ୍ଷୀ
ତମେ ଦେଲ ଯେ ମୋତେ ଡେଣା
ଭଲ ପାଇ ତୁମେ ଭୁଲି ଯିବ ନାହିଁ
ମୁଁ ହେବି ବାଟ ବଣ।
କେବେ ସକାଳେ ମନେ ପଡୁଛ
କେବେ ସନ୍ଧ୍ୟା ରେ ମନେ ପଡୁଛ
ବେଳେ ବେଳେ ଆଇନା ମୁଁ ଦେଖୁଛି
ପରନ୍ତୁ ନଜର ତୁମେ ଆସୁଛ
ପରୀ ରାଇଜର ରାଜକୁମାରୀ ଯେ ତୁମେ
ତୁମର ସୁନ୍ଦର ଚାହାଣି
ତୁମ ସହିତ ଲେଖା ମୋ ଏ ପ୍ରେମ କାହାଣୀ
ମୋ ନାଁ ସିନା ସୌଭାଗ୍ୟ
କଣ ମୋ କପାଳେ ଅଛି ସେ ଭାଗ୍ୟ
କଣ ତୁମ ପାଇଁ ହୋଇପାରି ବି ମୁଁ ଯୋଗ୍ୟ
ଆଖି ଖୋଜୁଥାଏ ସ୍ଵପ୍ନ ଦେଖିବାକୁ
ଏ ଦିନ ଖୋଜୁଥାଏ ରାତି ହବାକୁ
ଠିକ୍ ସେମିତି ଏ ମନ ଖୋଜୁଥାଏ ତୁମ ପରି
ଜୀବନ ସାଥିଟିକୁ ରହିବାକୁ ଚିର ଦିନକୁ
ଏହି ପରି ଅନେକ କଥା
ଏ ମନରେ ଅଛି ସାଇତା
ଯେମିତି ଶାମୁକା ପେଟରେ ମୁକ୍ତା ।।

