STORYMIRROR

Soubhagya Ranjan Nayak

Comedy

3  

Soubhagya Ranjan Nayak

Comedy

ସବୁ ସତ ଏଠି ମିଛ

ସବୁ ସତ ଏଠି ମିଛ

1 min
308


  ଏଇଟି ଆମର ଶିରୀମନ୍ଦିର

  ଏଇଠି ରୁହନ୍ତି କଳା ଠାକୁର

ଭକତ ଆସେ

ଶୁଭ ମନାସେ,

ଭୋଗ ଲଗାଏ,

ଅଭଡା ଖାଏ

      ଦକ୍ଷିଣା ଦିଏ

ନଦେଲେ ଚାପୁଡା ଶୋଧଣା ଖାଏ।


  ଏଇଟି ଆମର ଭୁବନେଶ୍ଵର

  ସ୍ମାର୍ଟ୍ ସିଟି ଏବେ ନାଁ ତାହାର

ବରଷା ହେଲେ

ବେଙ୍ଗ ମୁତିଲେ

ରାସ୍ତା ଘାଟରେ

ଡଙ୍ଗାଟି ଚାଲେ,

      ଦୁଃଖକୁ ଆଣି,

ଘରେ ପଶିଯାଏ ନର୍ଦ୍ଦମା ପାଣି।


  ଏଇଟି ଆମର ବିଧାନ ସଭା

  ସାଜ ସଜା ତା'ର କି ମନଲୋଭା

ଆସନ୍ତି ନେତା

ହାରନ୍ତି ବ୍ୟଥା

ଚୋଉକି ଫିଙ୍ଗା

ମାଇକି ଭଙ୍ଗା,

କୋଳା କୋଳି ହୋଇ

ଶୋଧଣା ଦେଇ,

ମାଗଣା ଖାଇ

    ଆଲୋଚନା ବେଳେ

    ପଡ଼ନ୍ତି ଶୋଇ।


   ଏଇଟି ଲୋଅର ପିଏମ୍ ଜି ଛକ

   ମେଳାଲାଗେ ଏଠି ବରଷ ଯାକ

ଶିକ୍ଷକ ଆସେ

କୃଷକ ଆସେ

ଶ୍ରମିକ ଆସେ

ଏଇଠି ବସେ,

ଏଇଠି ଭାଷେ,


  ନେତାଙ୍କଠୁ କିଛି ସାନ୍ତ୍ଵନା ପାଇ

ଫେରେ ପୁଣି ଥରେ ଆସିବା ପାଇଁ।

 

    ଏଇଟି ଆମର ଡାକ୍ତରଖାନା*

    ତିନିପାଖ ତା'ର ଭାରି ଅସନା

ରୋଗୀଟି ଆସେ

ଏଇଠି ବସେ,

ଡାକ୍ତର ନାହିଁ

ଓଷଧ ନାହିଁ,


ବଡ଼ ହତାସେ,

ଘରୋଇ ଡାକ୍ତରଖାନାକୁ ଖସେ,

    ଜମିବାଡି ସବୁ ବନ୍ଧା ପକେଇ

 ଗଣିଦେଇ ସେଠୁ ଆସେ ପଳେଇ।


   ଏଇଟି ଆମର ଇସ୍କୁଲୁ ଘର*

   କହନ୍ତି ଏହାକୁ ବିଦ୍ୟା ମନ୍ଦିର,

ପିଲାଏ ଆସି,  

ଏଇଠି ବସି

ଡିଆଁ କୁଦା ମାରି ଖେଳନ୍ତି ହସି

ପାଞ୍ଚ ବରଷ

ଏଇଠି ପଢି,

ଏଇଠି ବଢି,

    ଯେବେ ଫେରନ୍ତି

 କଷ୍ଟେ ମଷ୍ଟେ ଦସ୍ତଖତକରନ୍ତି।


   ଏଇଟି ଆମର ସୁନା ଓଡିଶା

   ମରାପିଟା ଏଠି ସାଇ ପଡିଶା

କାମ ନ ପାଇ

କ୍ଷେତ ନ ଯାଇ

ଦାଦନ ହୋଇ,

ଯୁବକ ପଳାଏ

ବିଦେଶ ଧାଇଁ,

ନେତାଙ୍କ ଭାଷଣ, 

ନିଇତି ପିଇ,

ପଖାଳ ମୁଠିଏ

ଖାଇବା ପାଇଁ

ମାଗଣା ଚାଉଳେ

ଥାଆନ୍ତି ଚାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy