ଏଇତ ଜୀବନରେ ଭାଇ
ଏଇତ ଜୀବନରେ ଭାଇ
ଏ ଜୀବନ ଚଲାପଥରେ ଚାଲିବାଟା ଯେ ବହୁ କଷ୍ଟ
ବେଳେ ବେଳେ ଏଠାରେ ସବୁକିଛି ହୋଇଯାଏ ନଷ୍ଟ !
ମଣିଷ ଚାହେଁ ଯେ ବହୁ କିଛି କରିବାର
ହେଲେ ବିଧାତା ପାଖରୁ ଦିନେ ପଡ଼ିଥାଏ ତାକୁ ହରିବାର !
ସମାଜରେ ହେଉଥିବା ଏଭଳି ଦୁର୍ଘଟଣା
ଦେଖି ମନରେ ସୃଷ୍ଟି ହୁଏ ଭୟର ଯନ୍ତ୍ରଣା !
ପରିବାରରେ ସମସ୍ତଙ୍କ ମଧ୍ୟରେ ନଥାଏ ଖବର
ଆଉ କିଏ ରହିଲା ଏ ସଂସାରେ ନିଜର!
ରକ୍ତ ସମ୍ପର୍କ ଏଠି ପର
ପଇସା ଏକା ନିଜର!
ଅର୍ଥରେ ଅନର୍ଥ
ଦେଖେଇ ଦିଏ ପୁରୀ ବଡଦାଣ୍ଡର ତୀର୍ଥ !
mobile ଯୁଗରେ ସମସ୍ତେ ରହୁଛନ୍ତି busy
ବରକନ୍ୟା online ରେ କରୁଛନ୍ତି shaadi !
ବୋହୁ ଆସିଲେ ପୁଅ ଯାଇ ରହେ ବାହାରେ
ବାପା ମାଆ ରହିଯାଆନ୍ତି ଦୁଃଖ କଷ୍ଟର ଅନ୍ଧାରେ !
ଶେଷରେ ଝୁରି ଝୁରି ଦିନ କଟେ
ମୃତ୍ୟୁ ପରେ ପୁଅ ଆସି ପ୍ରକଟେ !
ପିଢି ପରେ ପିଢି ଏମିତି କଟେ
ମୃତ୍ୟୁ ପରେ ସବୁ ବୁଦ୍ଧି ଆସି ପ୍ରକଟେ !
ଆହା ପଦେ କହିବାକୁ ନଥାଏ କେହି
ଏଇତ ଜୀବନରେ ଭାଇ !
