Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

ଲେଖୁ ଲେଖୁ ଲେଖି ଦେଲି

ଲେଖୁ ଲେଖୁ ଲେଖି ଦେଲି

1 min
228



ଲେଖୁ ଲେଖୁ ଲେଖି ଦେଲି

ମୋ ମନ ହୃଦୟର ଅକୁହା କଥା

ପଢି ବୁଝି ନ ପାରିଲେ

ସବୁଦିନ ପାଇଁ ମୋତେ ଯିବ ଭୁଲି,

ଏ ସବୁ ମୋ ମନ ଗହନର

ଅନୁଭବ ଅନୁଭୂତି

ଅଭିଜ୍ଞତାର କଲମେ ଲେଖୁଛି

ଭଲ ପାଇବାର କାଳିରେ ହୃଦୟ ଖୋଲି,

ହୃଦୟରେ ତୁମ ହୃଦୟଙ୍ଗମ କରି

ପ୍ରତିଟି ଶବ୍ଦ ପଦ ମୋର

ମର୍ମେ ମର୍ମେ କଲେ ଅନୁଭବ

କେବେ ବି ମୋତେ ଛାଡି ଯିବନି ଚାଲି।

ଲେଖୁ ଲେଖୁ ଲେଖି ଦେଲି...

ପରସ୍ପର ପରସ୍ପରକୁ ଏକ ମନ ପ୍ରାଣେ

ଭଲ ପାଇ ପବିତ୍ର ବନ୍ଧନେ ହୋଇଛୁ ବାନ୍ଧି

ତୁମେ ଜାଣିଛ ମୁଁ ବି ଜାଣିଛି ପ୍ରେମ ଶାଶ୍ବତ 

ଚିରନ୍ତନ ଏକ ସ୍ବର୍ଗୀୟ ବରଦାନ

ବିଶ୍ବାସ ଭରସା ଯା'ର ଆଧାର

ତେବେ ଭଲପାଇ ମୁଁ କଣ ଭୁଲ୍ କଲି ?

ଦୁହେଁ ଦୁହିଁଙ୍କୁ ଭଲ ଭାବେ ଜାଣି

ଠିକ୍ ଠିକ୍ ବୁଝିଗଲା ପରେ

ମନକୁ ତୁମର ଦ୍ଵନ୍ଦ ଆସୁଛି କାହିଁକି...

ଜୀବନ ବୃକ୍ଷରେ ତୁମର

ଛଳନା ପ୍ରତାରଣାର ନିର୍ମୂଳି ଲତା

ଛାୟାପ୍ରଦ ଭାବନାର ପତ୍ର ଗହଳ'ପରେ

ତୁମକୁ ରଖିଛି ଭାରାକ୍ରାନ୍ତ କରି

ପ୍ରେମର ଶାଖା ପ୍ରଶାଖା ପାରୁନ ମେଲି।

ଲେଖୁ ଲେଖୁ ଲେଖି ଦେଲି...

ପ୍ରେମ ହୁଏ ଯଦି ସଂପୂର୍ଣ୍ଣ ସମର୍ପଣ

ତ୍ୟାଗ ତିତିକ୍ଷାର ଏକ ଜଳନ୍ତା ଦୀପ

ବିନା ଝଡ଼ରେ ଲିଭି ଯିବାକୁ ଚାହଁ

କିଆଁ ତୁମେ ଦୋହଲି ଦୋହଲି ?

ତୁମକୁ ନେଇ ମୋ ଆଖିରେ ଆଖିଏ ସପନ

ସାଇତି ରଖିଥିଲି ଦୁଃଖିର ଗଣ୍ଠିଧନ କରି

ହଜାଇ ଦେଉଛ ଆଖିରୁ ନିଦ ମୋର

ଉଜାଗରେ ବିତେ ସାରାରାତି

ଭାବୁଛି ବସି ଏକା ଏକା ଆଜି 

ନ ବୁଝିଲେ ବି ତୁମେ ବୁଝିବ ଆସନ୍ତାକାଲି

ଲେଖୁ ଲେଖୁ ଲେଖି ଦେଲି...।


Rate this content
Log in

Similar oriya poem from Romance