STORYMIRROR

Prasanna Kumar Madala

Romance

3  

Prasanna Kumar Madala

Romance

ରତି ବିନତି

ରତି ବିନତି

1 min
14.4K


     ରତି ବିନତି 

 

ଭଲା କି କଲି ପୀରତି  ଗତକାଲି ସାରା ରାତି 

ଦେହେ ଖଇଫୁଟା ତାତି ଶୂନ ଲାଗି ମନ ଛାତି

ଛଟପଟ  ଚିତ୍ତେ  ଭ୍ରାନ୍ତି  ଦାହି ଗଲା ତୁମ  ସ୍ମୃତି 

ସପନ ସାଗରେ ମାତି  ଭୁଲି ଗଲି ରୀତି ନୀତି। 

 

ମିଛେ ସିନା ଚୁମି ଯାନ୍ତି  ତୁମ ରଙ୍ଗ ଓଷ୍ଠ ପଂକ୍ତି 

ଝରାଇ ଅଧର ମୋତି ହରିନେଲ ମୋର ମତି 

ଭୁଲାଇ  ପୁରୁବ  ଚୁକ୍ତି   ଅବା କି ଲଭିଲ  ଶାନ୍ତି 

ସପନେ  ତାଡିଲ ଅତି  ଝୁରି ମରେ ତୁମ କାନ୍ତି। 

 

ସତେ ଯଦି ପାଇଥାନ୍ତି   ତୁମର  ଅଭୁଲା ପ୍ରୀତି 

ସଜାଇ  ନିଜକୁ  ପତି   ରଚିି ଥାନ୍ତି  ମଧୁ ରାତି 

ଜଗତ  ଯାଆନ୍ତି  ଜିତି   ପରାଣ ସଖୀ  ସୁମତି 

ପୂଜନ୍ତି  କାମାକ୍ଷା ନିତି ସଜାଡି ପ୍ରେମ ଆରତୀ । 

 

ଆସ ମୋ ଜୀବନ ସାଥି ଲିଭାଇ ବାସରବତୀ 

ସତେ ଗୋ ରମିବା ରତି ମଦନ ନ ଯାଉ ବିତି 

ସୃଷ୍ଟିର  ସର୍ଜନା  ରୀତି  ଲକ୍ଷେ ମଣି ମୁକ୍ତା ଜିତି 

କାମସୂତ୍ରେ ମାଳା ଗୁନ୍ଥି ଶୟଳେ ରଖିବା କୀର୍ତ୍ତି। 

 

କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance