Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chinmaya Kumar Nayak

Romance

3  

Chinmaya Kumar Nayak

Romance

ସମ୍ପର୍କର ନାମ ପ୍ରେମ

ସମ୍ପର୍କର ନାମ ପ୍ରେମ

1 min
237


ଅଛି ବୋଲି ଅଧରେ ମୋ ରକ୍ତିମ ଲାଳିତ୍ୟ,

ସେଥିପାଇଁ ତୁମେ ସିନା ମୋ ରୂପେ ମୋହିତ।


ଅଙ୍ଗବଲ୍ଲରୀରେ ମୋର ଭରିଛି ମାଧୁର୍ଯ୍ୟ,

ସାଥେ ଅଛ ଅଛି ବୋଲି ମୋ ପାଶେ ସୌନ୍ଦର୍ଯ୍ୟ।


ଚଞ୍ଚଳ ମୋ ଚକ୍ଷୁ ବାନ୍ଧି ରଖିଛି ତୁମକୁ,

ଆସକ୍ତ ହୁଅ ଅଧିରେ ମୋ ମୁକ୍ତ କେଶକୁ।


ମୋ ପାଦରେ ଅଛି ବୋଲି ନୂପୁରର ଛନ୍ଦ,

ବୀଣା ତାରୁ ଝରିଆସେ ସ୍ୱର ମନୋମୁଗ୍ଧ।


ଯଦିକେବେ ହଜିବ ମୋ ପାଦରୁ ନୂପୁର,

ଝରିବକି ଆଉ ତୁମ ବୀଣାରୁ ଝଙ୍କାର ?


ହଜିଯିବ ଯଦି ମୋର ତନୁ ମାଦକତା,

ବହିବକି ହୃଦେ ତୁମ ପ୍ରେମର ସରିତା ?


କୁହ ତୁମେ ମୋ ଅନ୍ତର ଆତ୍ମାରେ ବିଭୋର

ନା ମୋ ନଶ୍ଵର ଶରୀର ତୁମ ପ୍ରେମର ଆଧାର ?


Rate this content
Log in