Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Abstract Romance Inspirational

4.0  

Debadatta Jena

Abstract Romance Inspirational

ଝୁଲ ରଜ ଦୋଳି

ଝୁଲ ରଜ ଦୋଳି

1 min
251



ଝୁଲ ରଜ ଦୋଳି ଝୁଲ

               ଗହନ କାନନେ ଝୁଲ୍

ସଜ ବାଜ ନାହିଁ, ରଜ ବାଗ ନାହିଁ

ମନ ପବନ ଦୋଳିରେ ଝୁଲ୍

             ଝୁଲ ରଜ ଦୋଳି ଝୁଲ୍ ।


କିଆ କନ୍ଦା ଖାଇ ଫୁଲ୍

ଏ ବରଷ ରଜ, କରେ ଦହ ଗଞ୍ଜ

ନାହିଁ ତ ମଉଜ,ନାହିଁ ସେ ଗରଜ

ମଉଳେ ଗଜରା ଫୁଲ

             ଝୁଲ୍ ରଜ ଦୋଳି ଝୁଲ୍।


ପୋଡ଼ ପିଠା ଖାଇ ଝୁଲ୍

ଝଡ଼ ଓ ବତାସ, ୟାସ୍ ର ହତାଶ

ମହାମାରୀ ରୋଗ,ନାହିଁ ତ ସରାଗ

ଉଡ଼ାଇ ନେଇଛି ହୋସ୍

               ଝୁଲ ରଂଗ ବତୀ ଝୁଲ୍ ।


ବାଆ ପାଣି ଖାଇ ତୁ ଫୁଲ୍

ସାଙ୍ଗ ସାଥୀ ନାହିଁ,ପାନ ଖିଲି ନାଇଁ

ଯେତେ ପାରୁଛୁ ତୁ ଝୁମ୍

ହାତ ସାନିଟାଇଜର,ମୁହଁରେ ମାସ୍କ

 ରଜ ମଉଜ ଲାଗଇ ଫୁସ୍

ଝୁଲ ବାର ମାସି ଝୁଲ୍ ।


  କେତେ ଫୁଲୁଚୁ ତୁ ଫୁଲ୍,

ରଂଗ ରସ ନାହିଁ, ରାଗ ରଂଗ ନାହିଁ,

ତୋ ସପନ ଦୋଳିରେ ଝୁଲ୍ ।


Rate this content
Log in

Similar oriya poem from Abstract