ପ୍ରୀତିର ଅନୁଭୂତି
ପ୍ରୀତିର ଅନୁଭୂତି
ଭାବୁଥାଏ ଯାହା କଥା,
ଦିଶିଯାଏ ଯାର ଛବି,
ଶୁଭିଯାଏ ଯାହା କଥା,
ଭାସି ଆସେ ଯାର ବାସ୍ନା,
ଲାଗୁଥାଏ ପାଶେ ପାଶେ,
ସତେ ଅବା ଛାଇଟିଏ
ହେଲେ ଏଇ ଅଛି ଏଇ ନାହିଁ,
ଲୁଚକାଳି ଖେଳୁଥାଇ,
ଛୁଇଁ କେବେ ହୁଏ ନାହିଁ
ହାତଟିକୁ ବଢାଇଲେ
ଫିକ୍ କରି ହସିଦିଏ,
ବଉଦରେ ଲୁଚିଯାଏ
ତଥାପି ହାତ ବଢାଏ
ସ୍ବ ଉଚ୍ଚତା ଭୁଲିଯାଏ
ଭାବୁଥାଏ ବୋଧେ ପରୀ
ସତେ କି ପାରିବି ଧରି
ତଥାପି ଖୋଜିବା ସୁଖ
ତାକୁ ପାଇବାର ଭୋକ
ସେହି ଭୋକର ଯେ ତୃପ୍ତି
ପ୍ରୀତିର ସେ ଅନୁଭୂତି
