STORYMIRROR

Jyotiranjan Acharya

Abstract

2  

Jyotiranjan Acharya

Abstract

ପ୍ରୀତିର ଅନୁଭୂତି

ପ୍ରୀତିର ଅନୁଭୂତି

1 min
115

ଭାବୁଥାଏ ଯାହା କଥା, 

ଦିଶିଯାଏ ଯାର ଛବି,

ଶୁଭିଯାଏ ଯାହା କଥା, 

ଭାସି ଆସେ ଯାର ବାସ୍ନା, 

ଲାଗୁଥାଏ ପାଶେ ପାଶେ,

ସତେ ଅବା ଛାଇଟିଏ

ହେଲେ ଏଇ ଅଛି ଏଇ ନାହିଁ, 

ଲୁଚକାଳି ଖେଳୁଥାଇ,

ଛୁଇଁ କେବେ ହୁଏ ନାହିଁ

ହାତଟିକୁ ବଢାଇଲେ 

ଫିକ୍ କରି ହସିଦିଏ,

ବଉଦରେ ଲୁଚିଯାଏ

ତଥାପି ହାତ ବଢାଏ

ସ୍ବ ଉଚ୍ଚତା ଭୁଲିଯାଏ

ଭାବୁଥାଏ ବୋଧେ ପରୀ

ସତେ କି ପାରିବି ଧରି

ତଥାପି ଖୋଜିବା ସୁଖ

ତାକୁ ପାଇବାର ଭୋକ

ସେହି ଭୋକର ଯେ ତୃପ୍ତି

ପ୍ରୀତିର ସେ ଅନୁଭୂତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract