Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyochhna rani Devi

Romance

3  

Jyochhna rani Devi

Romance

ପ୍ରୀତିଜହ୍ନ

ପ୍ରୀତିଜହ୍ନ

1 min
247



ଝିପିଝିପି ବର୍ଷା ଝରୁଥିବ

       ଟିପିଟିପି ତୁମେ ଚାଲୁଥିବ

    ମୋର ହାତେ ହାତ ଛନ୍ଦି

ଖିଲିଖିଲି ତୁମେ ହସୁଥିବ

      ଭିଜିଭିଜି ଖାଲି ବାସୁଥିବ

   ପରାଣ କରି ମୋ ବନ୍ଦୀ 

      କଅଁଳିଆ ତୁମ ମନ

ସରମେ ନରମି ସରମିଲତା ଗୋ

   ତୋଳୁଥିବ ପ୍ରୀତିଜହ୍ନ ।


ସୁଲୁସୁଲୁ ବାଆ ବହୁଥିବ

        କୁଳୁକୁଳୁ ନଈ ଗାଉଥିବ

     ତୁମେ ଥିବ ମୋର ସାଥେ

ଲାଜେଲାଜେ ତୁମେ କହୁଥିବ

         କଣେଇକଣେଇ ଚାହୁଁଥିବ

     ନୀରବ ବିଜନ ପଥେ

        ସରଳିଆ ତୁମ ପ୍ରାଣ

ମୋ ସାଥିରେ ସାଥି ହୋଇ ଚାଲୁଥିଲେ

      ସରିଯିବ ରାତିଦିନ ।


ତୁନିତୁନି ଜହ୍ନ ଦେଖୁଥିବ

        ଚୁପିଚୁପି କଇଁ ଲେଖୁଥିବ

    ଆମ ପୀରତିର ଗାଥା 

କଇଁକଇଁ ତୁମେ କାନ୍ଦୁଥିବ

         ନଇଁନଇଁ ତୁମେ ଚାଲୁଥିବ

     ଟିକେ ଟିକେ ଟେକି ମଥା

        ଘର ଅଗଣାରେ ମୋର

ବାଜା ବାଜୁଥିବ ରୋଷଣି ଜଳିବ 

    ହୋଇବ ଯେ ବାହାଘର ।


ଲୁଚିଲୁଚି ମୋତେ ଦେଖୁଥିବ

     ଥିରିଥିରି କାନେ କହୁଥିବ

       ଆମ ପ୍ରଣୟର କଥା

ମିଠାମିଠା ଆମ ସପନରେ

            ଭିଜିଯିବା ସଖି ଆ ଥରେ

     ଦୁରକରି ସବୁ ବ୍ୟଥା

       ଗଢିବା ଅମରାବତୀ

ତୁମେ ଥିବ ତହିଁ ପ୍ରୀତି ପୂଜାରିଣୀ

    ମୁଁ ଗାଉଥିବି ଗୀତି ।


      


   


Rate this content
Log in

Similar oriya poem from Romance