STORYMIRROR

Sisir Kumar Samal

Romance

3  

Sisir Kumar Samal

Romance

ପ୍ରୀତି ସୁମନ

ପ୍ରୀତି ସୁମନ

1 min
11.6K

ପ୍ରେମ ମାଗିଥିଲୁ ହୃଦୟ ମୁଁ ଦେଲି

        କରୁକାହିଁ ମନ ଉଣା,

ଜୀବନ ଦେଇକି ଭଲ ମୁଁ ପାଉଛି

       କରିବିନି ପ୍ରତାରଣା ।।


ହୃଦୟ ମନ୍ଦିରେ ଦେବୀ ଭଳି ତତେ

        ରଖିଵି ପ୍ରିୟା ସାଇତି,

ପ୍ରେମ ବଗିଚାର ହୃଦୟ ଫୁଲରେ

        ପୂଜା କରୁଥିବି ନିତି ।।


ବାଟସାରା ତୋର ଵିଛାଡି ଦେବି ମୁଁ

       ପ୍ରେମର ପ୍ରୀତି ସୁମନ,

ସ୍ବପ୍ନ‌ ରାଇଜରେ ନଅର ତୋଳିବା

        ଗଢିବା ସୁଖ ସପନ ।।


ଏକାଠି ଜିଇଁବା ଏକାଠି ମରିବା

        ରଖିବା ପ୍ରେମର ସାଖୀ,

ମୁକ୍ତ ଆକାଶରେ‌‌ ଘୂରି ବୁଲୁଥିବା

       ସାଜି ଦୁଇ ପ୍ରେମ ପକ୍ଷୀ ।।


ଦୁହେଁ ଦୁହିଁଙ୍କର ମନ କିଆରୀରେ

        ବୁଣିବା ମିଠା ସପନ,

ସପନକୁ ଆମ ‌ ସତ ସଜେଇବା

       ହସିବ ଆମ ଜୀବନ।।


Rate this content
Log in

Similar oriya poem from Romance