Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ପ୍ରୀତି ଶତଦଳ

ପ୍ରୀତି ଶତଦଳ

1 min
187


ଖୁସି ମନେ ତୁମେ ମୋ ଅଧରଛୁଇଁ

ଆଙ୍କିଦେଲେ ସରୁ ଚୁମା

କୂଳ ଲଙ୍ଘି ଯାଏ ପ୍ରେମର ତଟିନୀ

ହୃଦେ ଭରେ ସବୁଜିମା I


ତୁମରି ଓଠର ନରମ ପରଶେ

ମନ ତଳେ ଉଠେ ଝଡ

ଜୁଆରିଆ ହୁଏ ହୃଦୟ ସାଗର

ଭାଙ୍ଗେ ଧୈର୍ଯ୍ୟ ବନ୍ଧ ବାଡ I


ଆଖି ତଳେ ମୋର ରଖିଛି ଲୋ ସଖୀ

ତୁମରି ସୁନ୍ଦର ଛବି

ତୁମେ ମୋ ନିଃଶ୍ୱାସ ପ୍ରଶ୍ୱାସର ଗତି

ସଜାଇଛ ମୋତେ କବି I


ମନତଳେ ତୁମ ଆଙ୍କି ମୁଁ ଦେଇଛି

ନନ୍ଦନ ବନର ଶିରୀ

ତୁମେ ପ୍ରେମମୟୀ ହୃଦୟ ଈଶ୍ୱରୀ

ମୋ ମନର ନୀଳପରୀ I


ତୁମରି ଦେହରେ ଲେଖିବି ଲୋ ସଖୀ

ଜୀବନର ଚିତ୍ରଗୀତି

ତୁମରି ମଥାରେ ଢାଳୁଥିବି ସଦା

ମୋ ହୃଦୟ ଭରା ପ୍ରୀତି I

       


Rate this content
Log in

Similar oriya poem from Romance