ନୀରିମାଖି ପ୍ରିୟା
ନୀରିମାଖି ପ୍ରିୟା
ନୀରିମାଖି ପ୍ରିୟା ପିରତୀର ଛାୟା
ପିରତୀ ଅଗଣା ଦେଇ
ନିରବେ ନିରବେ ଚୋରାଇଲ ଚିତ୍ତ
ପିରତୀ ମଦିରା ପେଇ !!
ପ୍ରିୟତମା ମୋର ହୃଦୟ ମାନସୀ
ହୃଦୟ କରିଛି ଚୋରି
ଅଭିସାରୀକା 'ଗୋ ତୁମରୀ ବିହୁନେ
ବିରହେ ହେଉଛି ଘାରି !!
ହେ ମଧୁକାଞ୍ଚନ ପ୍ରିତୀର ପ୍ଲାବନେ
ଏକାନ୍ତ ପାରେନା ସହି
ପିଆସି ଗୋ ତୁମେ ମୋ ବିନୁ ଅନ୍ତର
କେମିତି ପାରୁଛ ରହି ? !!
ରୂପବତୀ ପ୍ରିୟା ଗୌରବର୍ଣ୍ଣ ତନୁ
ଉଜ୍ଜଳେ ଶୋଭିତ ଶୋଭା
ବିଗତ ଜନ୍ମର ତୁମେ ଅର୍ଦ୍ଧାଙ୍ଗୀନି
ଏ ଜନ୍ମେ ହୋଇଛ ଉଦ୍ଭା !!
ପ୍ରିତୀ ଭାବବେଗ ପାରେନା ବଖାଣି
ହୃଦୟୁ ନିଶୃତ ଶଦ୍ଦ
କାମନା ଜ୍ଜଳନେ ହୃଦୟ ମୋ ପିଡା
ହରସି ରସେ ବିନୋଦ !!
ଆଗୋ କେଶବତୀ ଅଧର ସରଷି
ମୃଗୁଣୀ ନୟନ ଧାରୀ
ହେମା କୁସୁମ ଗୋ ପିରତୀ ସୁଗଦ୍ଧ
ମନେ କେବେ ଦିଅ ଢାଳି !!
ଆଗୋ ମହିୟସୀ ସରଗର ଶଷି
ମିଳନ ଆମ ଜନ୍ମେ ଜନ୍ମେ
ଏ ଜନ୍ମେ ବିଧାତା ଗଢିଛି ମୋ ପାଇଁ
ତୁମକୁ ପୂର୍ଣ୍ଣିମା ନାମେ !!
ପ୍ରାଣ ସୁକୁମାରୀ ଉର୍ଜାର କେଶରୀ
ପ୍ରଣୟୀନି ପ୍ରିତୀ ସ୍ତମ୍ଭ
ଅପୋଖ୍ଯା ରହିଲା ଆଗୋ ସୁହାଗୀନି
ତୁମ ମିଠା ସ୍ପର୍ଶ କେବେ ଦେବ !!

