ପ୍ରେମର ପୁଲକ
ପ୍ରେମର ପୁଲକ
ଆ ରେ ବରଷା ଆ ଆରେ ବରଷା ଆ
ତୁ ଆରେ ବରଷା ଆ
ଖ ରେ ହସି ହସି ମେଘ ହୋଇ ଭାସି
ସହସା ବରଷି ଯାଆ ।
ମୋ ପ୍ରିୟା ଲାଜେଇ ଅଟେ ସେ ଫୁଲେଇ
କହିଲେ ସେ ବୁଝେ ନାହିଁ
ଅତି ଅଭିମାନୀ ଅଟେ ମୋ ମାନସୀ
ତାକୁ ତୁ ଦେଏ ଭିଜେଇ
ଭାରି ଅବୁଝା ସେ ବୁଝୁ ନାହିଁ ଜମା
ତାହାକୁ ବୁଝେଇ ଯା ।
ତୁ ଆ ରେ
ତାଦୁଇ ଗାଲରେ ବରଷା ଟୋପାରେ
ମୁକୁତା ଝଟକୁଥିବ
ଭିଜା ଭ୍ରୂଲତାରେ ତା ଦୁଇ ଆଖିରେ
ଚପଳା ଚମକୁ ଥିବ
ଚପଳା ଚମକେ ଝଲସାଇ ଦେଇ
ସୁନ୍ଦରତା ଭରି ଯାଆ ।
ତୁ ଆ ରେ
ତାର ଚିବୁକରୁ ଧାର ଧାର ହୋଇ
ବର୍ଷା ଟୋପା ଝରୁଥିବ
ସାରୁ ପତରରେ ବର୍ଷା ଜଳ ପରି
ଢଳ ଢଳ କରୁଥିବ
ଭିଜା ବସନରେ ତାର ସୁନା ଦେହେ
ସୁନ୍ଦରତା ଭରି ଯାଆ ।
ତୁ ଆରେ
ତାର ସେ ବରଷା ଭିଜା ବସନରେ
ଭରି ଦେଇ ମାଦକତା
କରି ଦେ ତୁ ମୋତେ ତା ରୂପେ ପାଗଳ
ଭରି ପ୍ରିତି ପୁଲକତା
ପ୍ରିତି ଚୁମ୍ବକରେ ଟାଣି ଟାଣି ମୋତେ
ତା ପାଖକୁ ନେଇ ଯାଆ ।
ତୁ ଆରେ......
ମୋର ସେ ଅବୁଝା ମନରେ ପ୍ରୀତିର
ପୁଲକତା ଭରି ଦେଇ
ମୋ ଅବୁଝା ଦୁଇ ବାହୁର ବନ୍ଧନେ
ପ୍ରିୟାକୁ ଦେଏ ହଜେଇ
ତା ଅବୁଝା ମନେ ପ୍ରିତିର ପୁଲକ
କ୍ଷଣିକେ ଖେଳାଇ ଯାଆ ।
ତୁ ଆ ରେ......
ମୋ ଦେହ ତାହାର ଦେହକୁ ଛୂଇଁବ
ଆଖିରେ ମିଶିବ ଆଖି
ଯିବ ସେ ଲାଜେଇ ମୃଦୁ ହାସ ଦେଇ
ଉଡିବ ତା ମନପକ୍ଷୀ
ଗାଲେ ତାର ଦେଲେ ସରୁ ଚୂମାଟିଏ
ଝଟକିବ ଅରୁଣିମା ।
ତୁ ଆରେ ବରଷା ଆ ମୋ ପ୍ରିୟାକୁ ଭିଜେଇ ଯା
ତୁ ଆ ରେ ବରଷା ଆ
ଅଭିମାନିନୀ ମୋ ପ୍ରିୟା ଅଭିମାନ
ନିମିଷେ ତୁ ଭାଙ୍ଗି ଯାଆ
ଭାରି ଅବୁଝା ସେ ବୁଝୁନାହିଁ କିଛି
ତାକୁ ତୁ ବୁଝାଇ ଯାଆ
ଭାରି ଅମାନିଆ ଅଟେ ମୋର ପ୍ରିୟା
ତାକୁ ତୁ ମନେଇ ଯାଆ
ତୁ ଆରେ ବରଷା ଆ ତୁ ଆରେ ବରଷା ଆ
ତୁ ଆ ରେ ବରଷା ଆ
ମନରେ ମନରେ ପ୍ରିତିର ପୁଲକ
ଥରଟେ ଜଗାଇ ଯାଆ
ତୁ ଆରେ ବରଷା ଆ ।

