STORYMIRROR

DHARITRI SAHU

Romance

3  

DHARITRI SAHU

Romance

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
150

ପ୍ରେମ ହୋଇଥିଲା ମନ ଉପବନେ

ବହିଥିଲା ପ୍ରେମ ଫଲଗୁ 

ହଜିଥିଲା ମନ ପ୍ରିତିର କାନନେ

ଖୋଜୁଥିଲା ମିଠା ମଧୁ।

ଦେଇଥିଲା ଚିଠି ପାଗଳ ପ୍ରେମିକ

ମଳୟକୁ ଦୂତ କରି 

ଲେଖିଥିଲା ଚିଠି ଫୁଲର କେଶରେ

ଭ୍ରମରକୁ ଦୂରେ ଠେଲି।

ସବୁ ଫୁଲ ବାସ୍ନା ନିତି ଚୋରି କରି

ମହକାୟେ ମୋ ହୃଦୟ 

ଗୋଲାପି ଗୋଲାପି ଅକ୍ଷରକୁ ଲେଖି

କରିଲା ମୋତେ ଅଥୟ।

ଚୋରି କରି ନେଲା ମୋର ମନ ପ୍ରାଣ

ପଠାଇ ଫୁଲ ସବାରୀ 

ସାତରଙ୍ଗ ଇନ୍ଦ୍ରଧନୁ ଧରି ଆସି

ବରଷିଲା ପ୍ରେମ ବାରି।

କଳିଙ୍ଗ ଦେଶର ରାଜକୁମାର ବି

ସରି ନୁହେଁ ତା'ର ରୂପେ 

ସ୍ବର୍ଗର ଶୁଷମା ଭରି ରୂପ ବିଭା

କୋଟି ସୂର୍ଯ୍ୟ ସମ ଦିଶେ।

ପ୍ରେମ ପରଷିଲା ସୁବର୍ଣ୍ଣ ଥାଳିରେ

ସ୍ନେହ ହୀରା ମୁଦ୍ରିକାରେ 

ମମତା ଚାଦରେ ଆବୃତ କରିଲା

ଅପାଦ ମସ୍ତକ ମୋରେ।

ଶାଶ୍ଵତ ପ୍ରେମର ସୃଷ୍ଟି ହୋଇଥିଲା

ଯେବେ ଛୁଇଁ ଥିଲା ତନୁ 

ସେ ପ୍ରେମ ଅନନ୍ତ ଅନ୍ତ ତାର ନାହିଁ

ଅଧିର ହୁଏ ତା ବିନୁ।

ସାତ ଜନ୍ମ ନୁହେଁ କୋଟି ଜନ୍ମ ପାଇଁ

ଜନ୍ମିବୁ ମରିବୁ ସାଥେ 

କଥା ଦିଆ ନୁହେଁ ପ୍ରତିଜ୍ଞା ଓ ପଣ

ନେଇଛୁ ଜୀବନ ପଥେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance