STORYMIRROR

Madhabi Patel

Romance

3  

Madhabi Patel

Romance

କରିବାକୁ ଚାହିଁ

କରିବାକୁ ଚାହିଁ

1 min
152

ପ୍ରେମର ସଂପର୍କ ଏହା ସଉଦାରେ ହୁଏ ନାହିଁ

ହୃଦୟୁ ନିର୍ଗତ ଭାବ ବହିଯାଏ ହୋଇ ନଈ।


କରିବାକୁ ଚାହିଁ କେବେ ପ୍ରେମ କରି ହୁଏ ନାହିଁ

ରାତିର ପଣତ ଖୋଲି ଜହ୍ନ ଟା ଆସିଲା ଉଇଁ।


କଇଁ କିଆଁ ମନ ଦେଲା ଲାଜର ପ୍ରାଚୀର ଡେଇଁ

ଜନ୍ହ କିଆଁ ଏକା ଦୋଷୀ ଦୋଷ ବି କରିଛି କଇଁ।


ଦୁଇଜଣ ଯାକ ଦୋଷୀ ଯେଣୁ ସମଭାଗୀ ଦୁଇ

ଭଲ ପାଇବା ନଅରେ ଦୋଷ କାର ଖୋଜେ ନାଇଁ।


ସମର୍ପଣ ମନ ନେଇ ତ୍ୟାଗର ଭାବନା ନେଇ

ଜଣେ ଜଣକର ପାଇଁ ଉତ୍ସର୍ଗିତ ଯାଏ ହୋଇ।


ଅନ୍ୟର ଖୁସି ରେ ଖୁସି ଅନ୍ୟର ଦୁଃଖରେ ଦୁଃଖି

ଜଣେ ଜଣକର ବିନା ବଞ୍ଚି କେବେ ପାରେନାହିଁ।


ସୀମନ୍ତିନୀ ଟିଏ ହୁଏ ସୀମନ୍ତେ ସିନ୍ଦୁର ନାଇଁ

କରିବାକୁ ଚାହିଁ କେବେ ପ୍ରେମ କରି ହୁଏ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance