STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ପ୍ରଣୟିନୀ

ପ୍ରଣୟିନୀ

1 min
184

ତୁମେ ଏକ ତମଘୋର ଜୀବନରେ

ଶୀତ ସକାଳଟିଏ ହୋଇ ଆସ

ମୁଁ ଯେବେ ସରୁଥାଏ ରାତିଟିଏ ହୋଇ 

ତୁମେ ଏକ ମରୁଗ୍ରସ୍ତ ପ୍ରାନ୍ତରରେ

ଆମୋଦିତ ଜୁଆରଟିଏ ହୋଇ ଆସ

ମୁଁ ଯେବେ ଶୁଖୁଥାଏ ବେଳାଭୂମି ହୋଇ। 


ତୁମେ ଏକ ଉଦାସୀ ସମୟରେ

ଆଶ୍ୱାସନାର ଚାହାଣୀ ହୋଇ ଆସ

ମୁଁ ଯେବେ ହଜୁଥାଏ ନିଜକୁ ହରାଇ 

ତୁମେ ଏକ ଢଳୁଥିବା ଗୋଧୂଳିରେ

ହସୁଥିବା ଜହ୍ନ ହୋଇ ଆସ

ମୁଁ ଯେବେ କ୍ଳାନ୍ତ ହୁଏ ଅଗଣାଟେ ହୋଇ।


ତୁମେ ଏକ ପ୍ରଗଳ୍ଭ ମୁହୂର୍ତ୍ତରେ

ସମାଧାନର ସୂତ୍ରଟିଏ ହୋଇ ଆସ

ମୁଁ ଯେବେ ଧନ୍ଦି ହୁଏ ପ୍ରଶ୍ନଟିଏ ହୋଇ 

ତୁମେ ଏକ ନତମୁଖ ଚେହେରା ଆଗରେ

ପ୍ରେମର କାହାଣୀଟିଏ ହୋଇ ଆସ

ମୁଁ ଯେବେ ଖୋଜୁଥାଏ ପ୍ରଣୟିନୀ ହୋଇ। 



Rate this content
Log in

Similar oriya poem from Romance