STORYMIRROR

Subrat Kumarpradhan

Romance

3  

Subrat Kumarpradhan

Romance

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
226

 ସୃଷ୍ଟି ଆରମ୍ଭରୁ ଅନାଦି ଯୁଗରୁ

        ପ୍ରେମ ର ଶାଶ୍ଵତ ଆଭା

  ସୁର ନର ସର୍ବେ ଇତର ପ୍ରାଣୀଏ

        ପ୍ରେମ ଦଉଡ଼ିରେ ବନ୍ଧା ।


 ପ୍ରେମ ସତ୍ୟ ଶୀବ ସ୍ଵର୍ଗିୟ ସୁଷମା

      ନିତ୍ୟ ସଦା ଚିରନ୍ତନ

 ସଂସାର ରେ ପ୍ରେମ ଅମୂଲ୍ୟ ବାରିଧି

      ନାହଁ ତାର ପ୍ରତିଦାନ ।


  କାମନା ରହିତ ସ୍ଵାର୍ଥହୀନ ପ୍ରେମ

       ହୃଦୟ ମନ୍ଦିରେ ସଦା ସଂସାରରେ

ଶ୍ରେଷ୍ଠ ପ୍ରେମ ନିଦର୍ଶନ

       ଶ୍ରୀକୃଷ୍ଣଙ୍କ ସଙ୍ଗେ ରାଧା ।


 ଅଢେ଼ଇ ଅକ୍ଷର ହେଲେବି ପ୍ରେମରେ

     ଛଳନା ର ନାହଁ ସ୍ଥାନ

 ବିଶ୍ଵାସ ଭରଷା ପ୍ରିତିର ଫଗୁଣେ

     ଦେଉ ନବ ଦିଗଦର୍ଶନ ।


 ପ୍ରେମ ସୁଧାମୟ ପ୍ରେମ ଅନାବିଳ

        ଅମୃତର ଅନୁଭବ

 ପ୍ରେମ ବିନା ସାରା ଜଗତ ଅଧୁରା

     ବିଭୁ ପ୍ରେମେ ଲଗା ଭାବ ।    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance