STORYMIRROR

Subrat Kumarpradhan

Others

3  

Subrat Kumarpradhan

Others

କଳାଠାକୁର

କଳାଠାକୁର

1 min
206

 ଚକାଚକା ଆଖି ଦେଖିଦେଲେ ଥରେ

  ପେଟ ପୂରି ଯାଏ ମୋର

ହୃଦୟ ତନ୍ତ୍ରିରେ ଶିହରଣ ଖେଳେ

  ତୁମେ ମୋ କଳାଠାକୁର ।


ତ୍ରିଭୂବନ ତୁମ ନୟନେ ହଜିବ

   ମଉଳିବ ରବି ତେଜ

କଳାମୁଖେ କୋଟି ଲାବଣ୍ୟ ମୁକୁତା

   ମଦନ ବରିବେ ଲାଜ ।


ଭକତ ଭାବରେ ସଦା ତୁମେ ବଶ

   ଚାରି ଯୁଗେ କଲ ଲୀଳା

 ତବ ଅଙ୍ଗୁ ସୃଷ୍ଟି ସ୍ଥିତି ଓ ପ୍ରଳୟ

   ପଞ୍ଚ ମହାଭୂତେ ବୋଳା ।


ନୀଳସିନ୍ଧୁ ତୀରେ ଶିରିମନ୍ଦିରରେ

   ରତ୍ନ ସିଂହାସନେ ବସି

ଅଭୟ ବରରେ ଆଶୀର୍ବାଦ ଦେଇ

   ପାପ ଦେଉଅଛ ନାଶି ।


ଦୁଃଖିଟିଏ ଡାକେ ତୋ ସିଂହ ଦୁଆରେ

    ଦାତା ପଣେ କରୁ କୃପା

ପରମ ଦୟାଳୁ ଆହେ ଦୀନବନ୍ଧୁ

   ଜଗତକୁ କର ରକ୍ଷା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍