STORYMIRROR

Subrat Kumarpradhan

Others

3  

Subrat Kumarpradhan

Others

ବଳଦେବ ବିଜେ ତୁଳସୀ କ୍ଷେତ୍ରେ

ବଳଦେବ ବିଜେ ତୁଳସୀ କ୍ଷେତ୍ରେ

2 mins
197


ମନ୍ଦିର ମାଳିନୀ ପୁଣ୍ୟ ଉତ୍କଳରେ

    ଧନ୍ୟ ସେ ତୁଳସୀ କ୍ଷେତ୍ର

ରୋହିଣୀ ନନ୍ଦନ ସିଦ୍ଧ ବଳଦେବ

   ଛନ୍ତି ଯହିଁ ବିରାଜିତ ।


କେନ୍ଦ୍ରାପଡ଼ା ଜିଲ୍ଲା ଇଚ୍ଛା ପୁର ଗ୍ରାମ

    ତା ଗୋଡି ମାଟି ପବିତ୍ର 

ମଣି ବିଗ୍ରହ ରେ ଲୀଳା କରୁଛନ୍ତି

    ଦେଖୁଛି ସ୍ଵୟଂ ଜଗତ ।


କେତେ ଜନଶ୍ରୁତି ଅଛି କିମ୍ବଦନ୍ତୀ

    ପୁରାଣେ ରହିଛି ଲେଖା

ମନ୍ଦିର ନିର୍ମାଣ ପୀଠର ମାହାତ୍ମ୍ୟ

    ଅନନ୍ତ କାଳର କଥା ।


ମାଧପୁର ଗ୍ରାମେ ସ୍ଵପ୍ନେସ୍ଵର ଦ୍ଵିଜ

     ଥିଲେ ବହୁ ବିତ୍ତ ଶାଳୀ

ସୈାଦାଗର ଥାଇ ଅତି ସଉକରେ

      ପାଳୁଥିଲେ ଗାଈ ଛେଳି ।


ଚାରଣ ନିମିତ୍ତ ଖୋଜୁଥିଲେ ଦାସ

      ସ୍ଵପ୍ନେସ୍ଵର ମହାପାତ୍ର

ସିଦ୍ଧ ଦାଶ ନାମେ ଗୋପାଳକୁ ଘେନି

      ଗୃହେ ଆଣିଲେ ତୁରିତ ।


ଅତି ଯତନରେ ପାଳି ଧେନୁଗଣ

     ସିଦ୍ଧ କରିଲେ ଚାରଣ

ଗୋପ ଗାଁ ପାଖ ପଡିଆ କୁ ନିତି 

    ନେଉଥିଲେ ଧେନୁ ଗଣ ।


କାଳି ଗାଈ ଏକ କ୍ଷୀର ଦେଉଥାଏ 

   ସାତ ଆଠ ମାଣ ନିତି

ଜମାରୁ ସେ ଗାଈ କ୍ଷୀର ଦେଲା ନାହିଁ

    ପୁଛନ୍ତି ସିଦ୍ଧ ର କତି ।


ଗୋପନରେ ସିଦ୍ଧ ଅନୁକ୍ଷଣ କରେ

    କାଳୀ ଗାଈ ର ବୃତ୍ତାନ୍ତ

ପଥର ଉପରେ ଶ୍ରବେ ନିଜେ ଧେନୁ

    ନିଜ କ୍ଷୀର କରେ ଅନ୍ତ ।


ଚକିତ ନୟନେ ଅଲୈକିକ କଥା

     ବଖାଣେ ମାଲିକ ପାଶେ

କୈତୁହଳେ ଦ୍ଵିଜ ଖୋଳିଲେ ସେଠାରେ

    ପଥରର ଚଉପାଶେ ।


ପଥରେ ଅଙ୍କିତ ହଳ ଶୂଳ ଧାରୀ

    ସପ୍ତ ନାଗ ଦିବ୍ୟ ତେଜ

ତୁରିତେ ଆଣିଲେ ନାମ ଯଜ୍ଞ କରି

    ଗୃହେ ପୂଜୁଥିଲେ ଦ୍ଵିଜ ।


ସ୍ଵପ୍ନାଦେଶ ବଳେ ଗଙ୍ଗ ନରପତି

     ତ୍ରୟନଙ୍ଗ ଭୀମ ଦେବ

ମହିମା ଜଣାଇ ନିର୍ମାଣୀ ଦେଉଳ

     କାରୁକାର୍ଯ୍ୟେ ମହି ଭବ୍ୟ ।


ଖ୍ରୀଷ୍ଟାବ୍ଦ ବାରଶହ କୋଡିଏରେ

    ପ୍ରଥମ ମନ୍ଦିର ସ୍ଥାପି 

ସତର ଶହ ଏକଷଠି ରେ ନୂତନ

    ମନ୍ଦିର ଯାହା ଅଦ୍ୟାପି ।


ସେଦିନୁ ଏ କିର୍ତ୍ତୀ ଘୋଷେ ଇତିହାସ

     ମଣି ବିଗ୍ରହ ଙ୍କ ଗୁଣ

ତୁଳସୀ ରେ ଭାରି ଶରଧା ତାଙ୍କର

     ତୁଳସୀ କ୍ଷେତ୍ର ତା ନାମ ।


କନ୍ଦରାସୁର କୁ ବଧ କରି ନିଜେ

     ତୁଳସୀ ଙ୍କୁ ହେଲ ବିଭା

ମାତା ବୃନ୍ଦାବତୀ ସେ ପୁଣି ତୁଳସୀ

    ବଢାନ୍ତି ପୀଠ ର ଶୋଭା ।


ନବ କଳେବର ହୁଏ ନାହିଁ କେବେ

     ଏ ପୀଠ ର ସ୍ଵତନ୍ତ୍ରତା

ପତ୍ନୀ ଙ୍କ ସମ୍ମାନେ ଏ ପୀଠ ର ନାଁ

     ଦେଲେ ନିଜେ ଜଗଜ୍ଜିତା ।


ଗୋଟିଏ ରଥରେ ବିଜେ ତିନି ଦିଅଁ

     ଆତ୍ମୀୟତା ଭାବ ଦେଖ

ଭାଇ ଭଉଣୀ ତା ହୃଦର ସ୍ପନ୍ଦନ

     ଜଗତ ମୋ ଠାରୁ ଶିଖ ।


ସବୁ ନିତି କାନ୍ତି ଶ୍ରୀ କ୍ଷେତ୍ର ପରିକା

     ଚାଲେ ଏ ତୁଳସୀ କ୍ଷେତ୍ରେ

ରସାବଳୀ ସାଥେ ପୋଟଳି ଭୋଗଟି

    ବିଖ୍ୟାତ ସାରା ଜଗତେ ।


କେତେ ପାପୀ ତପୀ ଉଦ୍ଧାର କରିଛ

    ବଳଶାଳୀ ବଳଦେବ

ଦୁଃଖିକୁ ସର୍ବଦା ସହାୟ ହୁଅହେ 

    ଶ୍ରୀ ପଦେ ମଣି ବିଗ୍ରହ ।


   

   

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍