କବିତା
କବିତା
ବିବେକ, ଚରିତ୍ର କରି ମଥାନତ
ଲୋଟିଛି ଯାହାର ଚରଣ ତଳେ
ଅୟୁତ ରଜ୍ଜୁ ରେ ଆଦର୍ଶ ମଣିଷ
ଥିଲା କି ସତେ ଏ ମହୀମଣ୍ଡଳେ ।
ପାଇ ରାଜପଦ ତ୍ୟାଗୀଛି ସେ ଭୋଗ
ସର୍ବୋଦୟ ବତୀ ଦିହୁଡି ଜାଳି
ଜଳଜମି ଆଉ ଜଙ୍ଗଲ ପାଇଁ କି
ବନବାସୀ ସାଥେ ଯାଇଛି ଚଳି ।
ଭାଜିଛି ତନ୍ଦ୍ରା କେତେଯେ ଆଖିର
ଜମିଦାର ଙ୍କର ବେଠି ବଗାରୀ
ସହିଛ ଯାତନା ରାଜର୍ଷି ହେ ତବ
ଶରୀରୁ ଶୋଣିତ ପଡ଼ିଛି ଝରି ।
ସଞ୍ଜିବନୀ ସମ ଭୂମିହୀନ ପାଇଁ
ବାଣ୍ଟିଛ ଭୂଦାନ ସାରାମୂଲକେ
ସେବା ତ୍ୟାଗ ନିଶା ନିବାରଣ ତବ
ଜୀବନ ଉଚ୍ଚାରେ ପ୍ରତିଟି ଶ୍ଵାସେ ।
ନିର୍ମାଣୀ ଆଶ୍ରମ ପ୍ରଜାମଣ୍ଡଳ ର
ସଂଗ୍ରାମୀ ସନ୍ତାନ ଅନାଥ ଜନ
ମୈଳିକ ଶିକ୍ଷା ରେ କି କୁହୁକ କଲ
ସୃଷ୍ଟି କଲ ଶହ ଶହ କମାଣ ।
ଭାଷା ଚନ୍ଦନ କୁ ଲଗାଇଛ ହୃଦେ
ଓଡିଆଙ୍କୁ ରାଜଭାଷା ମାନ୍ୟତା
ସରଳ ଆଦର୍ଶ ତ୍ୟାଗ ର ଜୀବନେ
ସୃଷ୍ଟି ହେବେ ନାହଁ ଏମିତି ନେତା ।
ତ୍ୟାଗର ନଥାଏ ସୀମା ସରହ୍ରଦ
ଜୀବନର ତବ ଆଦର୍ଶ ବାଣୀ
ସୃଷ୍ଟି ଥିବା ଯାଏ ନବବାବୁ,ବାପି
ଓଡ଼ିଆ ଙ୍କ ହୃଦ ମଉଡମଣୀ ।