STORYMIRROR

Subrat Kumarpradhan

Others

4  

Subrat Kumarpradhan

Others

ମାତା ବୀଣାପାଣି

ମାତା ବୀଣାପାଣି

1 min
263

 ଶ୍ଵେତ ପଦ୍ମ ପରେ ବସି ବୀଣାପାଣି

   ସିଦ୍ଧି ବୁଦ୍ଧି ଜ୍ଞାନଦାତ୍ରୀ ପ୍ରଦାୟିନୀ ।


ଆଭୂଷଣେ ଶୁକ୍ଳ ବସ୍ତ୍ର ପରିଧାନ

    ହସ୍ତରେ ପୁସ୍ତକ ବୀଣା ଶୋଭାବନ ।


ଶୁଭ୍ର ଜ୍ୟୋତି ମୁକ୍ତାହାର ଗ୍ରୀବାଦେଶେ

    ଦିବ୍ୟ ତେଜେ ଆଭା ଜଗତେ ପ୍ରକାଶେ ।


ପଦ୍ମାସନେ ଉଭା ମାତା ସରସ୍ୱତୀ

    ଅଜ୍ଞାନ ନାଶିବେ ହଂସ ପୃଷ୍ଠେ ବସି ।


ବ୍ରହ୍ମା ଙ୍କ ମାନସ ନନ୍ଦିନୀ ଶାରଦା

    ସକଳ ବିଦ୍ୟାର ଅଧିଷ୍ଠାତ୍ରୀ ସଦା ।


ତବ କୃପାବଳେ ଅସାଧ୍ୟ ସାଧନ

    ଅଗାଧ ପାଣ୍ଡିତ୍ୟ ଲଭେ ମୂର୍ଖ ଜନ ।


ବିଦ୍ୟା ବୁଦ୍ଧି ଜ୍ଞାନ ସାରସ୍ବତ ବିନ୍ଦୁ

    କଳା ସାହିତ୍ୟ ରେ ଲଙ୍ଘିପାରେ ସିନ୍ଧୁ । 


କାଳିଦାସ ଲଭି କରୁଣା ତୁମ୍ଭର

    ଜଗତେ ପ୍ରକାଶେ କାବ୍ୟ ର ସମ୍ଭାର।


ଉପଇନ୍ଦ୍ର ଭଞ୍ଜ ଶ୍ରୀ ସାରଳା ଦାସ

   ଲଭି କୃପା ତବ ରଖିଗଲେ ଯଶ ।


ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ

    ପୂଜା ପାଅ ଦେବୀ ବିଦ୍ୟାନୁଷ୍ଠାନ ରେ ।


ଜ୍ଞାନ ଜ୍ୟୋତି ଦିପ୍ତୀ ଜାଳି ସର୍ବ ହୃଦେ

    ବିରାଜିତ ହୁଅ କଣ୍ଠ ରେ ଶାରଦେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍