Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Pranati Mahapatra

Children

4.0  

Pranati Mahapatra

Children

ଗୁରୁଦେବ ନମୋସ୍ତୁତେ

ଗୁରୁଦେବ ନମୋସ୍ତୁତେ

1 min
175



ଆହେ ଗୁରୁବର  ଘେନ ହେ ଆମର

   ଭକତି କୁସୁମ ହାର,

ଚରଣେ କରୁଛୁ   ତବ ଆରାଧନା

   କୋଟି କୋଟି ନମସ୍କାର।


ଆଜିର ପବିତ୍ର   ଗୁରୁ ଦିବସରେ 

  କରିବା ଗୁରୁଙ୍କୁ ପୂଜା,

ବରଷକେ ଥରେ   ଏ ଶୁଭ ଲଗନେ

    ଆମ ପାଇଁ ଶ୍ରେଷ୍ଠ ପୂଜା।


ଅଗରୁ କର୍ପୁର   ସୁଗନ୍ଧିତ ଜଳେ

    ଶ୍ରୀପଦ ଧୌତ କରିବା।

ନାନା ପୁଷ୍ପମାଳେ   ଭକ୍ତିଭରେ ପୂଜି

     ଆଶୀର୍ବାଦ ଘେନି ଯିବା।


ନୂଆ ବସ୍ତ୍ର ଦେଇ    ସୁମିଷ୍ଟ ଭୋଜନ

    ତାଙ୍କୁ ଆପ୍ୟାୟିତ କରି,

ଗୁରୁ ବ୍ରହ୍ମା ବିଷ୍ଣୁ   ଗୁରୁ ମହେଶ୍ଵର 

     ସଦା ଥିବା ତାଙ୍କୁ ସ୍ମରି।


ଶୁଣିଅଛି କର୍ଣ୍ଣେ    ପଙ୍ଗୁ ଲଙ୍ଘେ ଗିରି

    ମୁକ କହି ପାରେ କଥା,

ଗୁରୁ ଜ୍ଞାନ ବଳେ    ରହି ଯାଇଥାଏ

     କଟି ଯାଉ ଯାଉ ମଥା।


ଅଜ୍ଞାନ ତିମିର     ହଟାଇଣ ଗୁରୁ

    ଜ୍ଞାନାଲୋକ ଦେବେ ଭରି,

ଜୀବନ ପଥରେ    ଯେତେ ବାଧା ଆସୁ

     ହରି ନେବେ ଗୁରୁ ହରି।


ଆସ ବନ୍ଧୁ ସର୍ବେ   ଭକତି କୁସୁମେ

    ଗୁରୁ ପୂଜନ କରିବା,

ତାଙ୍କ ଶୁଭାଶିଷେ   ଏ ଧରାଧାମରୁ

     ଦୁଃଖ କଷ୍ଟ ଦୂରେଇବା।

     ଗୁରୁଙ୍କୁ ଆସ ପୂଜିବା।




Rate this content
Log in

Similar oriya poem from Children