ସଂସ୍କୃତ ଦିବସ ଅନୁଚିନ୍ତା
ସଂସ୍କୃତ ଦିବସ ଅନୁଚିନ୍ତା
ମହାନ ଅଟେ ଆମର ଦେଶ ଏ ଭାରତ l
ସଂସ୍କାରିତ ସଂସ୍କୃତି ଯା ଶ୍ରୁତିବାଣୀ ପୂତ ll
ଦେବଭାଷା ସଂସ୍କୃତ ତା ବିଶ୍ଵରେ ବିଦିତ l
ଉତ୍କର୍ଷପଣେ ତାହାର କେ ହେବ ସମର୍ଥ ll
ସୁଦୃଢ଼ ମୂଳ ଭିତ୍ତି ତା' ପୁଷ୍ଟ ବ୍ୟାକରଣେ l
ଚତୁର୍ବେଦ ରଚିଗଲେ ଆର୍ଯ୍ୟୠଷିଗଣେ ll
ଦୟାବହି ଏ ଦେଶରେ ମାଆ ଭଗବତୀ l
ସରସ୍ଵତୀ ଦୃଷଦ୍ବତୀ ବହେ ସ୍ରୋତସ୍ଵତୀ ll
ବେଦମନ୍ତ୍ର ଝଙ୍କାରିଲେ ମାଆ ବୀଣାପାଣି l
ସଂସ୍କୃତ ବହିଲା ଆମ ଭାଷା ତରଙ୍ଗିଣୀ ll
ଶତେ ସହସ୍ର ଶାହାସ୍ର,ପୁରାଣ, ସଂହିତା l
ବେଦ, ଉପନିଷଦ ଶ୍ରୀ ଭଗବତ ଗୀତା ll
ଆମ ପୁଣ୍ୟ ରାମାୟଣ ଶ୍ରୀ ମହାଭାରତ l
ଅପୂର୍ବ କାହାଣୀ ବିଶ୍ୱେ ଅତୀବ ଆଦୃତ ll
ଆମ ବାଲମିକ ମହା ମୁନି ଵେଦ ଵ୍ୟାସ l
ଭାରବୀ,ଶ୍ରୀହର୍ଷ,ମାଘ,କବି କାଳିଦାସ ll
ଜୟଦେବ, ଶ୍ରୀବଲ୍ଲଭ ଆଚାର୍ଯ୍ୟ ଶଙ୍କର l
ଗ୍ରନ୍ଥ ରଚି ଗଲେ କାହିଁ ତୁଳନା ତାହାର ll
ସଂସ୍କୃତ କଥା ପ୍ରଶଂସି ମୁଁ କିବା ଭାଜନ l
ଯହିଁରେ ବଣା ହୁଅନ୍ତି, ବିଶ୍ଵରେ ବିଦ୍ୱାନ ll
ସଂସ୍କୃତ ଦିବସେ ଏହି ଅନୁଚିନ୍ତା ମୋର l
ଭାଷା ଜନନୀକୁ କରେ ଶତ ନମସ୍କାର ll
