ଚନ୍ଦ୍ରରେ ତ୍ରିରଙ୍ଗା
ଚନ୍ଦ୍ରରେ ତ୍ରିରଙ୍ଗା


ମାସର ତେଇଶି ବର୍ଷଟି ତେଇଶି
ଅଟଇ ସୌଭାଗ୍ୟ ଦିନ,
ଭାରତ ବର୍ଷର ଆନନ୍ଦ ମୂହୁର୍ତ୍ତ
ଗାଇ ଜନ ଗଣ ମନ,
ତ୍ରିରଙ୍ଗା ଉଡ଼ଇ ପୁଣ
ପୃଥିବୀ ବକ୍ଷରୁ ଚନ୍ଦ୍ର ପୃଷ୍ଠ ଯାଏ
ବଢାଏ ଭାରତ ମାନ ।।
ଥିଲା ତ ସପନ ଆମ ମାମୁଁ ଜହ୍ନ
ଦେଖୁଥିଲେ ଧରାପରେ,
ଆ' ଜହ୍ନମାମୁଁ ଶରଗଶଶୀ ମୋ
ପଡିଯା କୁନି ହାତରେ,
ଶୁଣେ ମାଆର ତୁଣ୍ଡରେ
ଆଜି ଜହ୍ନମାମୁଁ ଯେତେ ଦୂରେ ଥିଲେ
ଅଛି ସେ ଆମ ପାଖରେ ।।
ଆମରି ବିଜ୍ଞାନ ପଠାଇ ପ୍ରଜ୍ଞାନ
ଚନ୍ଦ୍ରର ବାରତା ଦେଲା,
ଭଲରେ ପହଞ୍ଚି ସବୁକଥା ବୁଝି
ତ୍ରିରଙ୍ଗା ବାହାର କଲା,
ଦକ୍ଷିଣ ମେରୁରେ ଯାଇ
ଚନ୍ଦ୍ରରେ ତ୍ରିରଙ୍ଗା ପତାକା ପୋତିଲା
ଫରଫର ଉଡୁଥାଇ ।।
ବିଜ୍ଞାନର କରାମତି ମଣିଷକୁ
ସାହାଯ୍ୟ ସଦା କରଇ,
ଚନ୍ଦ୍ରପୃଷ୍ଠ ଯାଇ ଅନେକ ଜାଣିଲା
ସୂର୍ଯ୍ୟ ପାଖକୁ ବଢ଼ଇ,
ସୂର୍ଯ୍ୟାୟନ ଏଲ ଓ୍ବାନ ପଠାଇ
କିଛି ଦିନ ଅନ୍ତେ ସଫଳ ହୋଇବେ
ତ୍ରିରଙ୍ଗା ଦେବେ ଉଡାଇ ।।