ପ୍ରୀତି ଶୃଙ୍ଗ।ରିଣୀ
ପ୍ରୀତି ଶୃଙ୍ଗ।ରିଣୀ
ଉତ୍ତମ ପ୍ରକୃତି ପ୍ରାୟ ସୁସରସ
ରସ ଯେ ଅଟେ ଶୃଙ୍ଗାର
ପ୍ରୀତି ସୃଙ୍ଗlରିଣୀ ବେସେ ଦିଶ ତୁମେ
ଆହା କେତେ ମନୋହର ।
ପ୍ରୀତି ଶୃଙ୍ଗାରିଣୀ ପ୍ରଣୟ ରଙ୍କୁଣି
ସାଜିଲେ ତୁମେ ଗୋ ପ୍ରିୟେ
ଲlଲିମା ମ।ଧୂର୍ଯ୍ୟେ ଅନୁପମ କାନ୍ତି
ଶରୀର ରେ ଶୋଭା ପାଏ ।
ଜବା ଅଧରି ଗୋ ବିନା ପ୍ରସାଧନେ
ଅଧର ସୁଷମା ଝଳି
ମୁକ୍ତା ବିନିନ୍ଦିତ ଦନ୍ତ ପଙ୍କ୍ତି ତୁମ
ସତେ କିବା କୁନ୍ଦ କଳି ।
ନାଶା ଫୁଲା ଭଙ୍ଗୀ ପ୍ରକାଶି ଶୋଭlଙ୍ଗି
ଯୁବା ଧୈଯ୍ୟ ଦିଅ ଭାଙ୍ଗି
ବିନା ଅଳଙ୍କାରେ କୋମଳlଙ୍ଗି ଆଗୋ
ଶୋଭା ଫୁଟେ ଗଲେ ରାଗି ।
ଚିକୁର ଦୋଳନୀ ଚଳ ଲୋଳ ଫଣି
ପରାଏ ଭ୍ରମ ଆଣଇ
ଶତ ଶତ ଦଳ କଳିକା ପ୍ରକାର
ମୁଖ ଶୋଭା ଦିଶୁ ଥାଇ ।
ଅଲକ୍ତକ ରାଗ ଜିତ ପଦ ଯୁଗ
ବିନା ଅଳତା ରେ ଶୋଭେ
ଚାଲି ରେ ତୁମର ମତ୍ତ ମାତଙ୍ଗୀ ର
ଗରବ କ୍ଷଣ କେ ଭାଙ୍ଗେ ।
ଚମ୍ପା କଳି ତୁଲ ଲଳିତ ଅଙ୍ଗୁଳି
ମୃଣାଳ ପରାୟ ହସ୍ତ
ଲଳିତ ଲପନେ ଏଣୀ ନୟନା ଗୋ
ଅପlଙ୍ଗ ଭଙ୍ଗୀ ଲାଳିତ୍ୟ ।
କେଡେ ଚମତ୍କାର ଅଭିନୟ ତୁମ
ବିନା ପ୍ରସାଧନେ ବେଶ
ରମ୍ଭା ଉରୁବସି ପରାୟ ଯେ ଦିଶି
ଯେତେ ବେଳେ ତୁମେ ବସ ।
ହସ ରୁ ତୁମର ଝରେ ପ୍ରୀତି ଝର
ଆଗୋ ପ୍ରୀତି ଶୃଙ୍ଗ।ରିଣୀ
ମଧୁମୟି ହlସେ ସୁଲଳିତ ଭାସେ
ଜନ ମନ ନିଅ ଜିଣି ।

