ପ୍ରୀତି ପିୟୁଷ
ପ୍ରୀତି ପିୟୁଷ
ସପନ ରାଇଜେ ଘୁରି ବୁଲିଛି ମୁଁ
ବୁହାଇଛି ପ୍ରୀତି ନଦୀ
ତୁମପାଇଁ ସଖୀ ହୃଦୟ ମନ୍ଦିରେ
ସରଜିଛି ପୂଜା ବେଦୀ
ଦେବୀଟିଏ କରି ପୂଜିଛି ତୁମକୁ
ଅରପିଛି ପ୍ରୀତିଫୁଲ
ଖାଲଖମା ଭରା ଜୀବନ ରାସ୍ତାକୁ
କରିଛି ମୁଁ ସମତୁଲ
ରାତିର ଅନ୍ଧାରେ ହଜିଛି ମୁଁ କେତେ
ପ୍ରୀତିର ପିୟୁଷ ପିଇ
ହଜାଇ ନିଜକୁ ଖୋଜି ମୁଁ ପାଇନି
ବୁହାଇଛି ଲୁହ ନଈ
ତଥାପି ଭାଙ୍ଗିନି ସପନ ସଉଧ
ପର ହୋଇନାହିଁ ଜହ୍ନ
ଏବେ ବି ଭିଜୁଛି ପ୍ରୀତିର ମଯ଼ୂଖେ
ଛଳଛଳ ମୋର ମନ

