STORYMIRROR

Bijay Prusty

Romance

3  

Bijay Prusty

Romance

ପ୍ରୀତି ପିୟୁଷ

ପ୍ରୀତି ପିୟୁଷ

1 min
182


ସପନ ରାଇଜେ ଘୁରି ବୁଲିଛି ମୁଁ

ବୁହାଇଛି ପ୍ରୀତି ନଦୀ

ତୁମପାଇଁ ସଖୀ ହୃଦୟ ମନ୍ଦିରେ

ସରଜିଛି ପୂଜା ବେଦୀ

ଦେବୀଟିଏ କରି ପୂଜିଛି ତୁମକୁ

ଅରପିଛି ପ୍ରୀତିଫୁଲ

ଖାଲଖମା ଭରା ଜୀବନ ରାସ୍ତାକୁ

କରିଛି ମୁଁ ସମତୁଲ

ରାତିର ଅନ୍ଧାରେ ହଜିଛି ମୁଁ କେତେ

ପ୍ରୀତିର ପିୟୁଷ ପିଇ

ହଜାଇ ନିଜକୁ ଖୋଜି ମୁଁ ପାଇନି

ବୁହାଇଛି ଲୁହ ନଈ

ତଥାପି ଭାଙ୍ଗିନି ସପନ ସଉଧ

ପର ହୋଇନାହିଁ ଜହ୍ନ

ଏବେ ବି ଭିଜୁଛି ପ୍ରୀତିର ମଯ଼ୂଖେ

ଛଳଛଳ ମୋର ମନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance