ପ୍ରୀତି ଫୁଲ
ପ୍ରୀତି ଫୁଲ
ତୁମେ ତୃଷ୍ଣା ପ୍ରିୟା
ମୋ ମନ ସାଗରେ
ସୁନାମିର ଢେଉ ତୋଳେ,
ଥଳ ପାଏନାହିଁ
କାହିଁ କେଉଁଠାରେ
ବାତବ ଅଗ୍ନିର କୋଳେ ।
ତୁମେ ହସିଦେଲେ
ମୁକୁତା କି ଝରେ
ଶାନ୍ତ ସ୍ନିଗ୍ଧ ମୋ ଚିତ୍ତ
ମୋ ମନ ମାନସୀ
ପ୍ରାଣର ପ୍ରେୟସୀ
ମଣି ତୁମେ ଅୟନାନ୍ତ ।
ପ୍ରୀତି ର ପୁଷ୍ପରେ
ଅଳି ବୋଲି ମାନ
ଅଳିକ ନୁହେଁ ମୋ ମନ,
ବେଳାଭୂମି ପରେ
ମୁକୁତା ରୂପରେ
ପାଇଛି ଅମୁଲ୍ୟ ଧନ ।