STORYMIRROR

Bijay Prusty

Romance

3  

Bijay Prusty

Romance

ପ୍ରୀତି ପାର୍ବଣ

ପ୍ରୀତି ପାର୍ବଣ

1 min
197


ତୁମରି ତୀର୍ଯ୍ୟକ ଚାହାଣୀରେ ସଖୀ

ଚହଲି ଉଠିଲା ମନ

ଅଳସୀ ନଈର ଅଳସ ଦେହରେ

ଦିଶିଗଲା ଫୁଲବନ I

ବରଷିଲ ହୋଇ ପ୍ରୀତିର ଶ୍ରାବଣ

ଉଛୁଳିଲା ଦୁଇ କୂଳ

ତୁଠ ପଥର ମୁଁ ହୃଦୟ ମୋହର

ହୋଇଗଲା ଛଳଛଳ I

ଗୋଟିଏ ଲୟରେ ଚାହିଁଥିଲି ସଖୀ

ଦେଖୁଥିଲି ତୁମ ରୂପ

ତୁମ ଭିଜା ଭିଜା ଦେହ ମୋ ଆଖିରେ

ବୋଳିଲା ପ୍ରୀତିର ଲେପ I

ଆବେଗରେ ହାତ ବଢାଇ ଦେଲି ମୁଁ

ଲୁଚିଗଲ ତୁମେ କାହିଁ

ପାଗଳ ହେଲି ମୁଁ ତୁମପାଇଁ ସଖୀ

ଆଖିରେ ମୋ ଭରା ନଈ I

        


Rate this content
Log in

Similar oriya poem from Romance