ପ୍ରୀତି କଣ ଜାଣିଲି
ପ୍ରୀତି କଣ ଜାଣିଲି
ଯେବେ ତୁମକୁ ଦେଖିଲି,
ଯୌବନ କଣ ଜାଣିଲି,
ପ୍ରୀତି କଣ ଜାଣିଲି,
ଜୀବନ କଣ ଜାଣିଲି !
ତୁମ କଥା ଭାବିଲି,
ନୂଆ ଦୁନିଆ ଦେଖିଲି,
ପ୍ରେମର ଗୀତ ଗାଇଲି,
ଅଭିନବ ଅନୁଭବ ପାଇଲି !
ତୁମକୁ ଯେବେ ଜାଣିଲି,
ନିଜ ପୂରକ ପାଇଲି,
ସୁନ୍ଦର ସପନ ବୁଣିଲି,
ଆଶାର ଫୁଲ ଗୁନ୍ଥିଲି !
ତୁମ ଚନ୍ଦ୍ରକାନ୍ତ ଆଖି ଦେଖିଲି,
ଅଲୌକିକ ଆଲୋକ ଦେଖିଲି,
ମନରେ ସ୍ପନ୍ଦନ ସାନନ୍ଦ ଶୁଣିଲି,
ଅଧରରୁ ଅନୁରାଗ ଜଣାଇଲି !
ଅଭୁଲା ଆନନ ଦେଖିଲି,
ଚିନ୍ତନ ମନନ କରିଲି,
ମାନସରେ ମନ୍ଥନ କରିଲି,
ଅନୁରକ୍ତି ଅଭିବ୍ଯକ୍ତ କରିଲି !
ନୂତନ ଅଳଙ୍କାର ଅନୁଭବ ପାଇଲି,
ନବଜାତ ଝଙ୍କାରର ଗୁଞ୍ଜନ ଶୁଣିଲି,
ନବତନ ପ୍ରେମପ୍ରପଞ୍ଚରେ ପହଞ୍ଚିଲି ,
ସୁଖପ୍ରଦ ନବଜାତ ଜାବନ ସାଜିଲି !

