ପ୍ରୀତି ଦରିଆ
ପ୍ରୀତି ଦରିଆ
ପ୍ରେମ ପଟୁଆର ଦେଇଅଛି ମେଲି
ପ୍ରିତୀ ଦରିଆର ତୀରେ
ଭାବନା ଉର୍ଜାର ପ୍ଲାବନ ସାଥିରେ
ତଲେଇ ମୋ ଦିଗ ବାରେ ।
କେବେ ସେ ପୂର୍ବରେ କେବେ ପଶ୍ଚିମରେ
ଚାଲିଥାଏ ପରିକ୍ଷଣ
ଚତୁର୍ଦ୍ଦିଗେ କାୟା ଅପୂର୍ବ ସୁବାଷ
କରୁଥାଏ ଅନ୍ଵେଷଣ ।
ଭରା ଜଳରାଶି ପ୍ରିତୀ ମୁକ୍ତା ଗୋଟି
ପାଥେୟ କରି ତା ଲକ୍ଷ
ଉଦ୍ଦୀପନ୍ନା ଭେଦି ଆହୁଲାକୁ ସାଦି
ଚିରୁ ଥାଏ ଢେଉ ବକ୍ଷ ।
ଶିଶିର ସାଜିଛି ମଳୟ ପରଶ
ଆକାଶେ ହସନ୍ତି ରବି
ବିଭବ ସାଗରେ ରୋମାଞ୍ଚ ଏ ମନ
କାହିଁ ସେ ଅପୂର୍ବା ଦେବୀ ।
ନୀଳ ଜଳରାଶି ଦେଉଥାଏ ହସି
ନିଚ୍ଚ୍ଥକ ପ୍ରେମର ବାର୍ତ୍ତା
ଅନ୍ଵେଷଣେ କାର ଉଠାଇ ଲଙ୍ଗର
ମେଲାଇଛୁ ତରୁ ସାଖା ।
ବସନ୍ତ ଆଣିଛି ଫଗୁଣର ଭାର
ମଳୟ ପରଶ ଦେଇ
ପ୍ରେମ ଦରିଆରେ ହେନା ଫୁଲ ବାସ
କେବଳ ସେ ଦେବୀ ପାଇଁ ।
ଭାବନାରେ ତାକୁ ଦର୍ଶନ ପାଇବୁ
ଅନୁଭବ ଦେଶେ ତୋର
ଋତୁରାଣୀ ସେହି ସୃଷ୍ଟି ପ୍ରିତୀମୟୀ
ଫଗୁଣ ଦେଶେ ତା ଘର ।