STORYMIRROR

Puspanjali Panda

Abstract

4.4  

Puspanjali Panda

Abstract

ପରୀ କାହାଣୀ

ପରୀ କାହାଣୀ

1 min
293



କାହାଣୀ ପରିକା ଲାଗିଲେ କିହେବ

ସତ ବଖାଣୁଛି ମୁହିଁ

କନ୍ୟା ରତ୍ନ ହୁଏ ପରୀଟିଏ ପରା

ସେହି ବାପା ଟିଏ ପାଇଁ।


ଈଶ୍ଵର ଙ୍କ ଆଶୀର୍ବାଦ ପରୀଟିଏ

କନ୍ୟା ରୂପରେ କୋଳକୁ

ଶିକ୍ଷା ଦିକ୍ଷା ଦେଇ ସ୍ନେହ ରେ ପାଳନ୍ତି 

ମଣିଷ ଟେ କରିବାକୁ।


ପରୀ ଖୁସୀ ପାଇଁ ବାପା ଦେଖେ ନାହିଁ

ପକେଟ୍ ରେ ଟଙ୍କା କେବେ

ମିଳିଥାଏ ଲକ୍ଷେ ଟଙ୍କିଆ ଖୁସୀରେ

ପରୀ ହସିଦିଏ ଯେବେ।


ଦିନଟା ଯାକର ଦୁଃଖ ଭୂଲେ ବାପା

ମାର କୋଳ ଗର୍ବିତ

କୁନିହାତଧରି କରେ ରାସ୍ତା ପାରି

ଆତ୍ମତୃପ୍ତୀ ଅପ୍ରମିତ।


କଣ୍ଟା ଫୁଟେ ନାହିଁ ପାଦରେ ପରୀର

ଆଦର ରେ ବଡହୁଏ

ବାପା ଙ୍କର ଗେହ୍ଲୀ ପରିଦିନେ ପୁଣି

ପରକରି ଚାଲିଯାଏ।


Rate this content
Log in

Similar oriya poem from Abstract